fbpx

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷ ପହଞ୍ଚିଲେ ସୁପ୍ରିମକୋର୍ଟ, କହିଲେ ପୂଜା ରୋକାଯାଉ

ନୂଆଦିଲ୍ଲୀ: ବାରଣାସୀର ଏକ କୋର୍ଟ ବୁଧବାର ହିନ୍ଦୁ ପକ୍ଷକୁ ବାରଣାସୀର ଜ୍ଞାନବ୍ୟାପୀ ମସଜିଦରେ ସିଲ୍ ହୋଇଥିବା ତହଖାନା ଭିତରେ ପୂଜା କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ହିନ୍ଦୁ ଶ୍ରଦ୍ଧାଳୁ ଏବେ ମସଜିଦ୍ ମଧ୍ୟରେ ପ୍ରତିବନ୍ଧିତ କ୍ଷେତ୍ରରେ ପ୍ରାର୍ଥନା କରିପାରିବେ । କୋର୍ଟ ଶୁଣାଣୀ ସମୟରେ ପୂଜା ଲାଗି କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ଜଣେ ପୂଜାରୀଙ୍କୁ ନିୟୋଜିତ କରିବାକୁ କହିଛନ୍ତି ।

କିନ୍ତୁ କୋର୍ଟର ଏହି ଆଦେଶ ବିରୁଦ୍ଧରେ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଜିଲ୍ଲା ନ୍ୟାୟଧୀଶଙ୍କ ଏହି ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ରାତିରେ ମସଜିଦ୍ ସମିତି ସୁପ୍ରିମକୋର୍ଟଙ୍କ ଭେକେସନ ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କରିଛନ୍ତି ଓ ଆଦେଶର ୭ ଘଣ୍ଟା ଭିତରେ ବାରଣାସୀ ପ୍ରଶାସନ ଦ୍ୱାରା ରାତାରାତି ଏହାର କାର୍ଯ୍ୟାନ୍ୱୟନର କାରଣ ଦର୍ଶାଇବାକୁ ଦାବୀ କରିଛନ୍ତି ।

ରେଜିଷ୍ଟ୍ରାର ସକାଳ ୪ଟା ସମୟରେ ଭାରତର ମୁଖ୍ୟ ନ୍ୟାୟାଧିଶ ଡିୱାଇ ଚନ୍ଦ୍ରଚୂଡଙ୍କ ନିକଟରେ ମୁସଲିମ ପକ୍ଷର ଆପତ୍ତିକୁ ରଖିଥିଲେ । ସବୁ କାଗଜପତ୍ର ଦେଖିବା ପରେ ମୁଖ୍ୟ ବିଚାରପତି ମୁସଲିମ୍ ପକ୍ଷକୁ କୌଣସି ପ୍ରକାର ଆଶ୍ୱସ୍ତି ଲାଗି ମାମଲା ବିଷୟରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇବାକୁ କହିଥିଲେ ।

Get real time updates directly on you device, subscribe now.