fbpx

ଏବେ ଟ୍ରେନ୍‌ରେ ୱେଟିଂ ଟିକେଟ୍ ସମସ୍ୟାରୁ ମିଳିବ ମୁକ୍ତି, ଜାଣନ୍ତୁ କ’ଣ ରହିଛି ରେଲୱେର ପୁରା ପ୍ଲାନ

ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀବାହୀ ଟ୍ରେନରେ ୱେଟିଂ ଲିଷ୍ଟ ସମସ୍ୟାର ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଅନ୍ତରୀଣ ବଜେଟ୍‌ରେ ଘୋଷିତ ୩ ମଲ୍ଟି ମଡେଲ୍ ଇକୋନୋମିକ୍ କରିଡର ନିର୍ମାଣ ହୋଇଯିବା ପରେ ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବ୍ୟବସ୍ଥାର ବି ଅନ୍ତ ଘଟିବ । ସେ କହିଛନ୍ତି ଏହି କାମ ଆଗାମୀ ୫ ବର୍ଷ ମଧ୍ୟରେ ସଂପନ୍ନ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି ୨୦୨୪-୨୫ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ନୂଆ ପ୍ରମୁଖ ରେଲୱେ କରିଡର କାର୍ଯ୍ୟକ୍ରମ ନେଇ ଘୋଷଣା କରିଛନ୍ତି । ଯେଉଁଥିରେ ରହିଛି ଉର୍ଜା, ଖଣିଜ ଓ ସିମେଣ୍ଟ କରିଡର, ପୋର୍ଟ କନେକ୍ଟିଭିଟି କରିଡର ଓ ହାଇ ଟ୍ରାଫିକ୍ ଡେନସିଟି କରିଡର ସାମିଲ ରହିଛି ।

ବୈଷ୍ଣବ କହିଛନ୍ତି ବଜେଟ୍ ଘୋଷଣାରେ ଅତିରିକ୍ତ କ୍ଷମତା ନିର୍ମାଣ ଉପରେ ବଡ ଧ୍ୟାନ ଦିଆଯାଇଛି । ସେ କହିଛନ୍ତି ନେଟୱାର୍କ କ୍ଷମତାକୁ ଏପରି ଭାବରେ ସୁଦୃଢ କରାଯିବ ଫଳରେ ଟିକେଟ୍ ୱେଟିଂ ଲିଷ୍ଟ ସମସ୍ୟା ୨୦୩୦-୩୧ ସୁଦ୍ଧା ଦୂର ହୋଇଯିବ ।

ବୈଷ୍ଣବ କହିଛନ୍ତି ଆଗାମୀ ୬ରୁ ୮ ବର୍ଷ ମଧ୍ୟରେ ପ୍ରାୟ ୪୦,୦୦୦କିଲୋମିଟର ନୂଆ ରେଳ ଟ୍ରାକ୍ ବିଛାଯିବ । ଏହାଦ୍ୱାରା ରେଲୱେ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ । ସେ କହିଛନ୍ତି ୨୦୨୪-୨୫ ଲାଗି ରେଲୱେକୁ ମୋଟ ବଜେଟ୍ ଆବଣ୍ଟନ ୨.୫୨ଲକ୍ଷ କୋଟି ରହିଛି ଯାହା କ୍ଷମତା ବୃଦ୍ଧି, ଭିତ୍ତିଭୂମି ଢାଞ୍ଚାରେ ପରିବର୍ତ୍ତନ, ଯାତ୍ରୀଙ୍କ ଅନୁଭବରେ ସୁଧାର ଆଣିବାରେ ସହଯୋଗ କରିବ ।

Get real time updates directly on you device, subscribe now.