fbpx

ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଓଡିଶା ଭାସ୍କର: ବର୍ତ୍ତମାନ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟରେ ବିବାଦ ଦେଖାଦେଇଛି। କାରଣ ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ବିଭିନ୍ନ ସମସ୍ୟା ଉପୁଜିଥିବା ଜଣାପଡିଛି। ପ୍ରଥମେ ତୃଣମୂଳ କଂଗ୍ରେସ ପରେ ଆମ୍ ଆଦମୀ ପାର୍ଟି ଓ ଜେଡିୟୁ ଦଳ ମିଳିତ ମେଣ୍ଟରୁ ଅଲଗା ହୋଇସାରିଛି। ତେବେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ପ୍ରଥମେ ପଶ୍ଚିମବଙ୍ଗରେ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମିନା(ଆପ୍) ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ଆଉ ପରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଏ ସରକାରରେ ହାତ ମିଳାଇଦେଇଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ପାଇଁ ଚିନ୍ତା ବଢିଥିବା ବେଳେ ଖୋଦ ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ ଆସୁଛି ବୋଲି ମଧ୍ୟ ମମତା କହିଛନ୍ତି। ତେବେ ମମତାଙ୍କ ବୟାନ ଏହି ସମୟରେ ଆସୁଛି ଯେତେବେଳେ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛି। ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ସାର୍ବଜନୀକ ସଭାରେ ସମ୍ବୋଧିତ କରି ଟିଏମସି ମୁଖିଆ ମମତା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଗାମୀ ନିର୍ବାଚନରେ କଂଗ୍ରେସ ୩୦୦ରୁ ୪୦ଯି ଆସନ ଜିତି ପାରିବ କି ନାହିଁ ସନ୍ଦେହ ଲାଗୁଛି। ତେବେ ଏହି ଅହଙ୍କାର କାହିଁକି? ଯଦି ସାହାସ ଅଛି ବାରାଣାସୀରେ ଭାଜପାକୁ ହରାଇ ଦେଖାଇ ଦିଅନ୍ତୁ। ତେବେ ମମତା କଂଗ୍ରେସକୁ ନେଇ ଏଭଳି ବୟାନ ରଖୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଭିନ୍ନ ମତ ଦେଉଛନ୍ତି।

ସୂଚନା ଥାଉକି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏଠାରେ ସେ ଯୁବକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ବୁଝିବାକୁୁ ଚେଷ୍ଟା କରୁଛନ୍ତି । ଯୁବକମାନଙ୍କ ସହ କଥାବାର୍ତ୍ତା କାର୍ୟ୍ୟକ୍ରମରେ ଜଣେ ବ୍ୟକ୍ତି ସେମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ସହିତ ଇଣ୍ଡିଆ ମେଣ୍ଟ ଅଛି। ବର୍ତ୍ତମାନ ତାଙ୍କ ଦଳର ମନୋଭାବ ବଦଳିଛି ଏବଂ ଦଳ ମେଣ୍ଟରୁ ଅଲଗା ହୋଇଥିବାର ଦେଖାଯାଉଛି। ତେବେ ମମତାଙ୍କୁ କାହିଁକି ଏତେ ପ୍ରାଥମିକତା ଦିଆଯାଉଛି?

ଏହାର ଉତ୍ତରରେ ରାହୁଲ କହିଛନ୍ତି, ଆମର ଇଣ୍ଡିଆ ମେଣ୍ଟ ଅଛି। ମମତା ବାନାର୍ଜୀ ନା ଆମେ ଇଣ୍ଡିଆ ମେଣ୍ଟ ଭାଙ୍ଗି ନାହୁଁ। ମମତା ଜୀ ଏହା ମଧ୍ୟ କହିଛନ୍ତି ଯେ, ସେ ମେଣ୍ଟରେ ଅଛନ୍ତି। ଆମେ ଏହା ମଧ୍ୟ କହୁଛୁ ଯେ ଆମେ ମେଣ୍ଟରେ ଅଛୁ। ଆସନ ବାଣ୍ଟିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଏହାର ଶୀଘ୍ର ସମାଧାନ ହେବ। ରାହୁଲଙ୍କ ଏହି ବିବୃତ୍ତି ସୂଚାଇ ଦେଉଛି ଯେ କଂଗ୍ରେସ-ଟିଏମସି ମଧ୍ୟରେ ସବୁକିଛି ଠିକ ଚାଲିଛି।

 

Get real time updates directly on you device, subscribe now.