fbpx

ଆଜିଠୁ ଆରମ୍ଭ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀର ଜନତା ମଇଦାନରେ ହୋଇଛି ଆୟୋଜନ। ଯୋଗଦେବେ ବହୁ ଭାଷାବିତ୍‌ ଓ ଭାଷା ଗବେଷକ। ଓଡ଼ିଆ ଭାଷା କିପରି ଆଗକୁ ବଢ଼ିପାରିବ ଓ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଭାଷା କିପରି ଆଗକୁ ବଢ଼ି ପାରିବ ସେନେଇ ରହିଛି ଲକ୍ଷ୍ୟ।

ଓଡ଼ିଆ ଭାଷାର ବୁଦ୍ଧିଜୀବୀ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ମଧ୍ୟ ଏହି ସମ୍ମିଳନୀ ଏକ ବଳିଷ୍ଠ ମାଧ୍ୟମ ସାଜିବ ବୋଲି କୁହାଯାଉଛି । ରାଜ୍ୟରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ ଅଫିସ, ସରକାରୀ ଅଫିସ, ଘରୋଇ ଅଫିସ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷା ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.