fbpx

‘ତୁମେ ଆମ ସହ ମିଶିଲେ ଆମେ ତୁମକୁ ଛାଡିଦେବୁ’; ବିଜେପି ବିରୁଦ୍ଧରେ କେଜ୍ରିୱାଲ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପି ବିରୁଦ୍ଧରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ତାଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ଆପ୍ ବିଧାୟକଙ୍କୁ କିଣିବା ନେଇ ହୋଇଥିବା ଅଭିଯୋଗ ଉପରେ ଯାଞ୍ଚ ସମୟରେ ତାଙ୍କର ଏହି ବୟାନ ଆସିଛି । ଆପ୍ ମୁଖ୍ୟ ଦିଲ୍ଲୀର ରୋହିଣୀସ୍ଥିତ ଏକ ସ୍କୁଲର ଭିତ୍ତିଭୂମି ସ୍ଥାପନ ପରେ କହିଛନ୍ତି କି, ବିଜେପି ଆମ ବିରୁଦ୍ଧରେ କୌଣସି ବି ସାଜିସ ରଚିପାରେ । କିନ୍ତୁ ମୁଁ ଦୃଢ ରହିଛି । ମୁଁ ନଇଁବା ବ୍ୟକ୍ତି ନୁହେଁ । ସେ ମୋତେ କହୁଛନ୍ତି ତୁମେ ବିଜେପିରେ ମିଶିଲେ ଆମେ ତୁମକୁ ଛାଡିଦେବୁ ।

ଏହା ସହିତ କେଜ୍ରିୱାଲ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର ରାଷ୍ଟ୍ରୀୟ ବଜେଟର ମାତ୍ର ୪ ପ୍ରତିଶତ ସ୍କୁଲ ଓ ହସ୍ପିଟାଲ ଉପରେ ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ସରକାର ନିଜ ବଜେଟ୍‌ର ୪୦% ସ୍କୁଲ ଓ ହସ୍ପିଟାଲ ଉପରେ ଖର୍ଚ୍ଚ କରୁଛନ୍ତି । ଏହି ସମୟରେ ସେ ଜେଲ୍‌ରେ ବନ୍ଦୀ ନିଜର ସହଯୋଗୀ ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନଙ୍କୁ ମଧ୍ୟ ମନେ ପକାଇଛନ୍ତି । ସେ କହିଛନ୍ତି ଆଜି ଦେଶର ସମସ୍ତ ଏଜେନ୍ସୀ ଆମ ପଛରେ ପଡିଯାଇଛନ୍ତି । ଏହିକ୍ରମରେ କେଜ୍ରିୱାଲ ସେଠାରେ ଉପସ୍ଥିତ ଜନତାଙ୍କୁ ସେମାନଙ୍କ ଭଲପାଇବା ଓ ଆଶୀର୍ବାଦ ଦେବାକୁ କହିଥିଲେ ।

Get real time updates directly on you device, subscribe now.