fbpx

ସତରେ କ’ଣ ବଦଳିଯିବ କାଗଜ ନୋଟ୍- ଲାଗୁ ହେବ ପ୍ଲାଷ୍ଟିକ୍ ନୋଟ୍? ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ସ୍ପଷ୍ଟିକରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କାଗଜ ନୋଟ ବଦଳରେ ପ୍ଲାଷ୍ଟିକ୍ ନୋଟ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ବାର୍ଷିକ ରିପୋର୍ଟ ୨୦୨୨-୨୩ ମୁତାବକ, ୨୦୨୨-୨୩ ପାଇଁ ସୁରକ୍ଷା ମୁଦ୍ରଣ ଉପରେ ମୋଟ ୪୬.୮୨.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସେଥିରେ ପ୍ଲାଷ୍ଟିକ୍ ନୋଟ ଛାପିବା ଉପରେ କୌଣସି ଖର୍ଚ୍ଚ କରାଯାଇନଥିଲା ।

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀ କହିଛନ୍ତି, ପ୍ଲାଷ୍ଟିକ୍ ନୋଟ ଆଣିବାର କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଭାରତୀୟ ବ୍ୟାଙ୍କ ନୋଟଗୁଡ଼ିକର ସ୍ଥାୟିତ୍ୱ ଓ ନକଲି ନୋଟକୁ ରୋକିବା ପାଇଁ ନିରନ୍ତର ଭାବେ ପ୍ରୟାସ ଜାରି ରହିବ । ଆରବିଆଇ ଅଧିନିୟମ ୧୯୩୪ର ଧାରା ୨୫ର ସନ୍ଧର୍ଭରେ ପ୍ଲାଷ୍ଟିକ ନୋଟ ଆଗତ କରିବା ନେଇ ନିଷ୍ପତ୍ତି ନିଆଯାଇନାହିଁ । ସେହିପରି କ୍ରିପ୍ଟୋ ଆସେଟ ସହିତ ଅନ୍ୟ କୌଣସି ପ୍ରକାର ସମ୍ପତ୍ତିର ଉପଯୋଗ କରି ଅବୈଧ ବସ୍ତୁକୁ ନେଇ ବିଜିନେସ କରିବା ଏକ ଅପରାଧ ଓ ବର୍ତ୍ତମାନର ଅପରାଧ ଆଇନ ଅନୁସାରେ ତାହାକୁ ତାହାକୁ ରୋକା ଯାଇଥାଏ ।

ଦେଶରେ କ୍ରିପ୍ଟୋ ଆସେଟର ନେଣଦେଣ ହେଉଥିବା ନେଇ କେନ୍ଦ୍ର ସରକାର ଅବଗତ ଅଛନ୍ତି । ସେଥିପାଇଁ ଏହି ନେଣଦେଣକୁ ଅର୍ଥ ଅଧିନିୟମ ୨୦୨୨ ମାଧ୍ୟମରେ ଏକ ବ୍ୟାପକ ଟାକ୍ସେସନ ବ୍ୟବସ୍ଥା ଅଧିନକୁ ଅଣାଯାଇଛି । କ୍ରିପ୍ଟୋ ଆସେଟ ସମ୍ପର୍କରେ ଆସୁଥିବା କମ୍ପାନୀମାନେ କମ୍ପାନୀ ଅଧିନିୟମ ୨୦୧୩ର ଅନୁସୂଚୀକୁ ନେଇ ଖୁଲାସା କରିବା ଆବଶ୍ୟକ । ଆର୍ଥିକ ବିବରଣୀରେ କ୍ରିପ୍ଟୋ ଆସେଟର ଅଂଶଧନ ବିଷୟରେ କମ୍ପାନୀମାନେ ଉଲ୍ଲେଖ କରିବା ଆବଶ୍ୟକ । ୨୦୨୧ ମାର୍ଚ୍ଚ ୨୪ରେ ଜାରି ହୋଇଥିବା ଅଧିସୂଚନା ୨୦୨୧ ମସିହା ଏପ୍ରିଲ ପହିଲାରୁ ପ୍ରଭାବୀ ହୋଇଥିଲା ।

Get real time updates directly on you device, subscribe now.