fbpx
BSKY SKY
BSKY SKY

ଜୀବିତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ହେଲା ସତ, ଜାଣନ୍ତୁ କ’ଣ ଥିଲା ତାଙ୍କର ସେହି ଭବିଷ୍ୟବାଣୀ

BSKY

ନୂଆଦିଲ୍ଲୀ:ଭବିଷ୍ୟ ଦେଖିପାରୁଥିବାର ଦାବୀ କରୁଥିବା ଜୀବିତ ନୋଷ୍ଟ୍ରାଡାମସ ବ୍ରିଟେନର କିଙ୍ଗ ଚାର୍ଲସ ତୃତୀୟଙ୍କୁ ନେଇ ଏକ କଥା କହିଥିଲେ । ଏବେ ଲୋକମାନେ କହୁଛନ୍ତି କି ତାହା ସତ ହୋଇଛି । ଏହି ଅନ୍ୟ ଜଣେ ନୋଷ୍ଟ୍ରାଡାମସ ହେଉଛନ୍ତି ଆଥୋସ୍ ସାଲୋମ୍ ଯିଏ କି ବ୍ରାଜିଲରେ ରୁହନ୍ତି । ତାଙ୍କ ଭବିଷ୍ୟବାଣୀକୁ ନେଇ ତାଙ୍କୁ ଜୀବିତ ନୋଷ୍ଟ୍ରାଡାମସ କୁହାଯାଉଛି । ସେ କହିଥିଲେ କି କିଙ୍ଗ ଚାର୍ଲସଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବ । ତେଣୁ ସେ ନିଜ ସ୍ୱାସ୍ଥ୍ୟର ୨ ଗୁଣ ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ।

ତାଙ୍କ ଦ୍ୱାରା କରାଯାଇଥିବା ବହୁ ଦାବୀ ବି ସତ ହୋଇଛି । ସେଥିମଧ୍ୟରେ ରହିଛି ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ଓ ଏଲନ ମସ୍କ ଟୁଇଟରର ନାମ ବଦଳାଇ ଏକ୍ସ ରଖିବା । କିଙ୍ଗ ଚାର୍ଲସ୍‌ଙ୍କୁ ଗତ ସପ୍ତାହରେ ଲଣ୍ଡନର ଏକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ବଙ୍କିଂହାମ୍ ପ୍ୟାଲେସ୍ ପକ୍ଷରୁ ୫ ଫେବୃୟାରୀରେ ଘୋଷଣା କରାଯାଇଥିଲା କି କିଙ୍ଗ ଚାର୍ଲସ୍ ଏକ ପ୍ରକାର କ୍ୟାନସରରେ ପୀଡିତ ଓ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି । ତେବେ ୭୫ ବର୍ଷୀୟ କିଙ୍ଗ ଚାର୍ଲସଙ୍କୁ କେଉଁ କ୍ୟାନସର ହୋଇଛି ଏ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.