fbpx

ମଣିଷ ଜୀବନର ପ୍ରକୃତ ଅର୍ଥ କ’ଣ? ଏହି ପ୍ରଶ୍ନର ଉତ୍ତର ସମାନ ନା ଅଲଗା ଅଲଗା, ଆପଣଙ୍କର ଉତ୍ତର କ’ଣ

ଈଶ୍ୱରଙ୍କର ଏ ବିଶାଳ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ମଣିଷ ନିଜର ବୁଦ୍ଧି ବଳରେ ନିଜଠାରୁ କାହିଁକି କେତେ ବଳଶାଳୀ ଜନ୍ତୁଙ୍କୁ ନିଜ ଇସାରାରେ ନଚାଇ ପାରୁଛି । ତେବେ ଜୀବନର ପ୍ରକୃତ ଅର୍ଥ କଣ? ଯଦିଓ ଏହାର ସଠିକ ଉତ୍ତର ସମସ୍ତଙ୍କ ପାଖରେ ରହିଛି ତଥାପି ଏହାର ସଠିକ୍ ପରିଭାଷା କେହି ଦେଇ ପାରିବେ ନାହିଁ । କିଛି ଲୋକ ଜୀବନକୁ ଖୁସିର ମାଧ୍ୟମ ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ନାଁ କମାଇବାର ମାଧ୍ୟମ ଭାବେ ଧରିନେଇଥାନ୍ତି ।

ଅଧିକାଂଶ ଲୋକ ଜୀବନକୁ କେବଳ ଅର୍ଥ ରୋଜଗାର, ପ୍ରେମ ବା ପରିବାର ସୃଷ୍ଟି କରିବାରର ମାଧ୍ୟମ ଭାବେ ଧରିନେଇଛନ୍ତି । ତେବେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ଜୀବନକୁ ଦାର୍ଶନିକ ଦୃଷ୍ଟିରେ ଦେଖିଥାନ୍ତି । କିଛି ବ୍ୟକ୍ତି ଜୀବନକୁ ଭଲ କର୍ମ ଓ ମୋକ୍ଷ ପାଇବାର ମାଧ୍ୟମ ଭାବେ ମାନିଥାନ୍ତି । ଯଦିଓ ଜୀବନର ପ୍ରକୃତ ଅର୍ଥ କାହା ପାଖରେ ନାହିଁ, ତେବେ ବୈଜ୍ଞାନିକମାନେ ଗବେଷଣା ଜରିଆରେ ଅତୀତରେ କିଛି ନୂଆ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଜୀବନର ପ୍ରକୃତ ଅର୍ଥ ଉନ୍ନତ ସ୍ୱାସ୍ଥ୍ୟ, ଦୀର୍ଘାୟୁ ସହ ଜଡ଼ିତ ଥାଏ ବୋଲି ଗତ ୨୦୨୩ରେ ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ତେବେ ତାହା କେତେଦୂର ଠିକ୍ ତାହା କହିବା ମୁସ୍କିଲ ।

ଉକ୍ତ ରିସର୍ଚ୍ଚ ମୁତାବକ, ୬୦ରୁ କମ୍ ବୟସର ଲୋକମାନେ ସ୍ୱାସ୍ଥ୍ୟକୁ ଗମ୍ଭୀରତାର ସହିତ ନେଇନଥାନ୍ତି । ସେମାନଙ୍କ ମତରେ ଜୀବନର ଅର୍ଥ ହେଉଛି ପରିବର୍ତ୍ତନ । ଏହି ବୟସରେ ପହଞ୍ଚିବା ପରେ ସେମାନଙ୍କର ଭାବନା ପରିବର୍ତ୍ତନ ହୋଇଥାଏ । ତେଣୁ ଜୀବନରେ ସେମାନେ କେବଳ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ଲୋକମାନେ ୬୦ ବର୍ଷରେ ଉପନୀତ ହୋଇଯାଆନ୍ତି ସେମାନଙ୍କୁ ଜୀବନର ପ୍ରକୃତ ଅର୍ଥ ବିଷୟରେ ଅନୁଭବ ହୋଇଥାଏ ।

୨୦ ବର୍ଷ ବୟସରେ ଲୋକମାନେ ନିଜର କ୍ୟାରିୟର, ଜୀବନସାଥୀଙ୍କୁ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରିଥାନ୍ତି । ୩୦, ୪୦ ଓ ୫୦ ବର୍ଷରେ ଜୀବନର ପ୍ରାଥମିକତା ବଦଳି ଯାଇଥାଏ । ୬୦ ବର୍ଷ ସୁଦ୍ଧା ଆପଣ ବିବାହ କରିବା ସହିତ ପରିବାର ସହିତ ରହିଥାନ୍ତି । ମାତ୍ର ଏହା ପରେ ସବୁକିଛି ବଦଳିବାକୁ ଲାଗେ । ଚାକିରିଠାରୁ ଆରମ୍ଭ କରି ଅବସର ନେବା ପର ସମୟ ପର୍ୟ୍ୟନ୍ତ ଲୋକମାନେ ନିଜର ପରିଚୟ ହରାଇ ବସନ୍ତି । ଫଳରେ ସେମାନଙ୍କ ପାଇଁ ଜୀବନର ଅର୍ଥ ବଦଳି ଯାଇଥାଏ ।

୬୦ ବର୍ଷର ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଦେଇଥାଏ । ଅତି ଆପଣାର ଲୋକମାନେ ପରିବାରକୁ ଛାଡ଼ି ଅନ୍ୟ ଦୁନିଆକୁ ଚାଲିଯାଇଥାନ୍ତି । ଏହାପରେ ସେମାନେ ଜୀବନର ପ୍ରକୃତ ଅର୍ଥ ବିଷୟରେ ଅନୁଭବ କରିଥାନ୍ତି । ଉକ୍ତ ରିସର୍ଚ୍ଚରେ ୨୧ରୁ ଆରମ୍ଭ କରି ୧୦୦ରୁ ଅଧିକ ବର୍ଷର ଲୋକଙ୍କୁ ସାମିଲ କରାଯାଇଥିଲା । ସାକ୍ଷାତକାର ପରେ ପ୍ରଶ୍ନପତ୍ର ଆଧାରରେ ଏହାର ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଜୀବନର ଅସଲି ଅର୍ଥ ସ୍ୱାସ୍ଥ୍ୟ ବୋଲି ଅଧିକାଂଶ ଲୋକ ଗ୍ରହଣ କରିଥିଲେ । ତେବେ ଜୀବନର ପ୍ରକୃତ ଅର୍ଥ ବିଭିନ୍ନ ବୟସର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ରହିଛି ଏହା ଆମକୁ ଗ୍ରହଣ କରିବାକୁ ହେବ । ଆଗାମୀ ଦିନରେ ଏନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ, ମାତ୍ର ମଣିଷକୁ ଜୀବନର ରହସ୍ୟ ବିଷୟରେ ଜାଣିବା ପାଇଁ ବର୍ଷ ବର୍ଷ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.