fbpx

Breaking News; ପୁଣି ବାହାନଗା ପରିସ୍ଥିତି: ଗୋଟିଏ ଟ୍ରାକରେ ୩ଟି ଟ୍ରେନ…..ବଞ୍ଚାଇଦେଲେ ବାବା ଲିଙ୍ଗରାଜ…

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ସେହି କାଳରାତିକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ପାରିନାହାନ୍ତି । ଏହାପରେ ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିରାଟ ଟ୍ରେନ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ନିକଟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ ଥିବା ବେଳେ ଏକ ବଡ଼ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟ ବଶତଃ କିଛି ବଡ଼ ଦୁର୍ଘଟଣା ହେବା ପୂର୍ବରୁ ଲୋକୋ ପାଇଲଟ ଏହାକୁ ରୋକିବାରେ ସଫଳ ହୋଇଛନ୍ତି ।

ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନ ନିକଟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ଗୋଟିଏ ଟ୍ରାକରେ ୩ଟି ଟ୍ରେନ ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ବାହାନଗା ଭଳି ପୁଣିଥରେ ଏକ ଭୁଲ ସିଗନାଲ ପାଇଁ ଗୋଟିଏ ଟ୍ରାକରେ ୩ଟି ଯାକ ଟ୍ରେନ ଆଗେଇ ଚାଲିଥିଲେ । କିନ୍ତୁ ଦୁର୍ଘଟଣା ଘଟିବା ପୂର୍ବରୁ ଲୋକୋ ପାଇଲଟ ଟ୍ରେନକୁ ରୋକିବାରେ ସଫଳ ହୋଇଛନ୍ତି । ଫଳରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏହାସହିତ ୩ଟି ଯ୍ରେନରେ ଯାତାୟତ କରୁଥିବା ଶହ ଶହ ଯାତ୍ରୀଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଛି ।

ବାହାନଗା ଟ୍ରେପନ ଟ୍ରାଜେଡିକୁ ବର୍ଷଟେ ପୂରିନି । ସେଦିନର ସେ କାଳରାତିର ଚିତ୍କାର ଲୋକଙ୍କ ମନରୁ ଲିଭିନି । ଆଜି ପୁଣି ସେଦିନ ଭଳି ଏକ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ସେଦିନ ୩ଟି ଟ୍ରେନ ଭିତରେ ଦୁର୍ଘଟଣା ଫଳରେ ୨୯୩ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ଏଥର ପୁଣି ନିରୀହ ଜୀବନ ଯିବା ପୂର୍ବରୁ ନିଜ ଭକ୍ତଙ୍କୁ ରକ୍ଷା କରି ଦେଇଛନ୍ତି ବାବା ଲିଙ୍ଗରାଜ ।

Get real time updates directly on you device, subscribe now.