fbpx

ରାମଙ୍କ ବିନା ଭାରତର କଳ୍ପନା ବି ଅସମ୍ଭବ, ୨୨ ଜାନୁୟାରୀକୁ ମହାନ ଭାରତ ଯାତ୍ରାର ଆରମ୍ଭର ଦିନ ବୋଲି କହିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ (ଜାନୁୟାରୀ ୨୨) ମହାନ୍ ଭାରତ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ସେ କହିଛନ୍ତି ଯିଏ ରାମଙ୍କ ବିନା ଭାରତକୁ କଳ୍ପନା କରୁଛି ସେ ଭାରତକୁ ଜାଣି ନାହିଁ ବୋଲି କହିବାକୁ ହେବ । ରାମ ମନ୍ଦିରର ଐତିହାସିକ ନିର୍ମାଣ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଚର୍ଚ୍ଚା ସମୟରେ ଲୋକସଭାରେ ମତ ରଖି ଅମିତ ଶାହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା ।

ଶାହ କହିଛନ୍ତି ୧୫୨୮ରୁ ସବୁ ପିଢି ରାମ ମନ୍ଦିର ଆନ୍ଦୋଳନକୁ କେଉଁ ନା କେଉଁ ରୂପରେ ଦେଖିଛନ୍ତି । ଏହି ମାମଲା ଦୀର୍ଘ ସମୟ ଧରି ଅଟକି ରହିଥିଲା ଓ ଅନିଶ୍ଚୟତା ମଧ୍ୟ ଦେଇ ଗତି କରିଚାଲିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏହାକୁ ସଫଳ ରୂପାୟନ କଲେ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ସନ୍ଥଙ୍କ ପରାମର୍ଶରେ ଯେପରି ୧୫ ଦିନ କାଳ ବିଶେଷ ତପ ଓ ଉପବାସ ରଖିଥିଲେ ତାହା ସାରା ବିଶ୍ୱ ଲାଗି ଉଦାହରଣ ଥିଲା । ଯେତେବେଳେ ପ୍ରାଣ ପ୍ରତିଷ୍ଠା ସମୟ ଆସିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ରାଜନୈତିକ ନାରା ନୁହେଁ ବରଂ ଭଜନ ମାଧ୍ୟମରେ ଦେଶରେ ଭକ୍ତି ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ୱାରା ହାସଲ କରାଯାଇଥିବା ସମସ୍ତ ଉପଲବ୍ଧିର ଉଦାହରଣ ଦେଇ ଶାହ କହିଥିଲେ ଆଗାମୀ ଲୋକସଭା ନିର୍ବାଚନରେ ପୁଣି ମୋଦୀ ସରକାର ଗଠନ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ସେ ୨୨ ଜାନୁୟାରୀକୁ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କହିବା ସହିତ ଏହା ସହସ୍ର ବର୍ଷ ଲାଗି ଐତିହାସିକ ହୋଇ ରହିବ ବୋଲି କହିଛନ୍ତି ।

Get real time updates directly on you device, subscribe now.