fbpx

ଜଳିଗଲା ବସ୍‌, ୩୦ ସ୍କୁଲ ପିଲା ଓ ୩ଜଣ ଶିକ୍ଷକଙ୍କୁ ଧରି ପିକନିକ୍ ଯାଉଥିଲା

ନୂଆଦିଲ୍ଲୀ:ଗୁଜୁରାଟର ଭଲସାଡରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠିକାର ଧରମପୁର ଠାରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ଜଳିଯାଇଛି । ଏହି ବସ୍ ସିଲଭାସାରୁ ୩୦ ଜଣ ସ୍କୁଲ ଛାତ୍ର ଓ ୩ ଜଣ ଶିକ୍ଷକଙ୍କୁ ଧରି ପିକନିକ୍‌ରେ ଯାଉଥିଲା । ନିଆଁ ଏତେ ଭୟାନକ ଥିଲା ଯେ, ବସ୍‌ଟି ପୁରା ଜଳିଯାଇଛି ।

ସିଲଭାସାରୁ ୩୦ ଜଣ ସ୍କୁଲ ଛାତ୍ର ଓ ୩ ଜଣ ଶିକ୍ଷକଙ୍କୁ ଧରି ପିକନିକ୍ ପାଇଁ ଯାଉଥିଲା ଏହି ବସ୍ । ଏହି ସମୟରେ ଧରମପୁର ଠାରେ ଅଚାନକ ଏହି ବସ୍‌ରେ ନିିଆଁ ଲାଗିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ସମସ୍ତେ ଅଳ୍ପକେ ବଞ୍ଚିଯାଇଛନ୍ତି କାରଣ ଅଘଟଣ ପୂର୍ବରୁ ସମସ୍ତେ ବସ୍‌ରୁ ଓହ୍ଳାଇ ଯାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.