fbpx

BCCI ଆଣିଲା ନୂଆ ନିୟମ: ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ, କେବଳ ଅନ୍ତର୍ଜାତୀୟ ମ୍ୟାଚ ଓ IPLକୁ ପ୍ରାଥମିକତା ଦିଆଯିବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ । କେବଳ ଅନ୍ତର୍ଜାତୀୟ କ୍ରିକେଟ ଓ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ପ୍ରାଥମିକତା ଦିଆଯିବନି । ଯେଉଁ ଖେଳାଳିମାନେ ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି ସେମାନେ ଫେବୃଆରୀ ୧୬ରୁ ଆରମ୍ଭ ହେବାକୁ ଥିବା ଣଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡରେ ନିଜ ନିଜ ଟିମ୍ ସହିତ ସାମିଲ ହେବେ । ଏନେଇ ବୋର୍ଡ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବୋର୍ଡ ପକ୍ଷରୁ କୁହାଯାଇଛି, କେବଳ ଅନ୍ତର୍ଜାତୀୟ କ୍ରିକେଟ ବା ଆଇପିଏଲ ମ୍ୟାଚର ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ପ୍ରାଥମିକତା ଦେଇ ହେବ ନାହିଁ । ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ ଓ ନିଜ ରାଜ୍ୟର ଟିମ ପ୍ରତି ସମ୍ମାନ ଜାହିର କରିବାକୁ ପଡ଼ିବ । ତେଣୁ ଆସନ୍ତା ୧୬ରୁ ଆରମ୍ଭ ହେଉଥିବା ଟଣଜୀ ଟ୍ରଫିରେ ଖେଳାଳିମାନେ ନିଜ ନିଜ ରାଜ୍ୟ ଟିମ ସହ ସାମିଲ ହେବା ବାଧ୍ୟତାମୂଳକ । ତେବେ ଅନେକ ଖେଳାଳି ରଣଜୀ କ୍ରିକେଟରୁ ଦୀର୍ଘସମୟ ଧରି ଦୂରେଇ ରହିଥିବା ବେଳେ ବିସିସିଆଇର ଏହି ନିୟମ ଏବେ ସେମାନଙ୍କୁ ଏକ ବଡ଼ ଝଟକା ଦେଇଛି ।

ଏନେଇ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନିକଟକୁ ଏକ ଇ-ମେଲ ପଠାଯାଇଥିବା ଜଣାପଡ଼ିଛି । ଜାତୀୟ ଦଳରୁ ବାଦ୍ ପଡ଼ିଥିବା, ଆଘାତ ଜନିତ ସମସ୍ୟା କାରଣରୁ ଖେଳୁନଥିବା ଓ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କ ପାଇଁ ଏହି ନିୟମ ଲାଗୁ ହେବ । ତେବେ ବୋର୍ଡର ଏହି ନିୟମ ଈଶନ କିଶନଙ୍କ ପାଇଁ ତ୍ୱରିତ ଭାବେ ଲାଗୁ ହେବ । ଈଶନ ଆଇପିଏଲ ଖେଳିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ସେ ଘରୋଇ କ୍ରିକେଟକୁ ଅଣଦେଖା କରିଆସୁଥିଲେ । ସେହିପରି କ୍ରୁଣାଳ ପାଣ୍ଡ୍ୟା ଓ ଦୀପକ ଚହର ମଧ୍ୟ ରଣଜୀ ଖେଳୁନାହାନ୍ତି ।

Get real time updates directly on you device, subscribe now.