fbpx

OYO ରୁମ୍ ବା ହୋଟେଲରେ ଲାଗିଥିବା ବଲ୍‌ବରେ ଲୁଚି ରହିଥାଇପାରେ ହିଡେନ୍ କ୍ୟାମେରା, ଏପରି କରନ୍ତୁ ଚେକ୍‌

ଓଡ଼ିଶା ଭାସ୍କର:ବହୁ ସମୟରେ ଲୋକମାନେ ବାହାରକୁ ବୁଲି ଯାଉଥିଲେ ବଜେଟ୍ ହୋଟେଲ୍ କିମ୍ବା OYO ରୁମ୍ ଆଦି ବୁକ୍ କରିଥାନ୍ତି । କାଲି ଭାଲେଣ୍ଟାଇନ୍ ଡେ’ ପଡୁଥିବାରୁ ଯଦି ଆପଣ ନିଜ ପାର୍ଟନରଙ୍କ ସହ କେଉଁଠିକୁ ବୁଲିଯିବାକୁ ଯୋଜନା କରିଛନ୍ତି ତେବେ ସାବଧାନ ରହିବାର ଆବଶ୍ୟକତା ରହିଛି ।

ଆପଣ ନିଶ୍ଚିତ ଏପରି ଖବର ପଢିଥିବେ କି କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟର ବାଥରୁମ୍‌ରୁ ପ୍ରାଇଭେଟ୍ ଭିଡିଓ ଲିକ୍ ହୋଇଯାଇଛି । ଏଣୁ ଏ ବିଷୟରେ ସତର୍କ ରହିବା ଜରୁରୀ । ହିଡେନ୍ କ୍ୟାମେରା ବହୁ ସ୍ଥାନରେ ଲୁଚାଯାଇ ଫିଟ୍ କରାଯାଇଥାଇପାରେ ଯାହା ଆପଣ ଜାଣିପାରିବେ ନାହିଁ । ଏକ ବଲ୍‌ବରେ ବି ଏହି ହିଡେନ୍ କ୍ୟାମେରା ଫିଟ୍ କରାଯାଇପାରେ ଯାହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ରେକର୍ଡିଂ କରିଦେଇପାରେ ।
ଏଣୁ ଆପଣ ଯଦି OYO ରୁମ୍ ହୋଟେଲରେ ରହିବାକୁ ଯାଉଛନ୍ତି ତେବେ ପ୍ରଥମେ ସେଠାରେ ଲାଗିଥିବା ବଲ୍‌ବକୁ ଖୋଲି ଭଲ ଭାବରେ ଚେକ୍ କରନ୍ତୁ । ଯଦି ସେଥିରେ କୌଣସି ହୋଲ୍ ରହିଛି ତେବେ ସେଥିରେ ଟେପ୍ କିମ୍ବା ଅନ୍ୟ କିଛି ଲଗାଇ ଦିଅନ୍ତୁ ।

ବଲ୍‌ବ ବ୍ୟତିତ ଅନ୍ୟ ସ୍ଥାନରେ ବି ହିଡେନ୍ କ୍ୟାମେରା ଲାଗି ଥାଇପାରେ । ଏଥିମଧ୍ୟରେ ରହିଛି ଚାର୍ଜର, ସ୍ମଗ ଆଲାର୍ମ, ପିକ୍‌ଚର ଫ୍ରେମ୍‌, କପଡା ହ୍ୟାଙ୍ଗର ଇତ୍ୟାଦି । କ୍ୟାମେରା ଖୋଜିବା ଲାଗି ଆପଣ ପୁରା ରୁମକୁ ଅନ୍ଧାର କରିଦିଅନ୍ତୁ । ଏହାପରେ ନିଜ ଫୋନ୍‌ର କ୍ୟାମେରା ମାଧ୍ୟମରେ ରୁମ୍‌ର ପ୍ରତି କୋଣକୁ ଭଲ ଭାବରେ ଚେକ୍ କରନ୍ତୁ । ଯଦି କେଉଁଠାରେ ଲାଇଟ୍ ବ୍ଲିଙ୍କ କିମ୍ବା ନିୟମିତ ଭାବରେ ଅନ୍ ଥିବାର ନଜର ଆସୁଛି ତେବେ ଏହାର ଅର୍ଥ ସେଠାରେ କୌଣସି ହିଡେନ୍ କ୍ୟାମେରା ରହିଛି । ଏହାକୁ ଭଲ ଭାବରେ ଯାଞ୍ଚ କରନ୍ତୁ ।

ଏହା ବ୍ୟତିତ ଆପଣ ୱାଇଫାଇ ନେଟୱାର୍କର ସାହାରା ମଧ୍ୟ ନେଇପାରିବେ । ଫୋନ୍‌ରେ ୱାଇଫାଇ ନେଟୱାର୍କ ସର୍ଚ୍ଚ କରନ୍ତୁ । ଯଦି କୌଣସି ନାମ କ୍ୟାମେରା ଆଡକୁ ଦେଖାଉଛି ତେବେ ଜାଣିବେ ନିକଟରେ କୌଣସି କ୍ୟାମେରା ରହିଛି । ଏହା ବ୍ୟତିତ ମାର୍କେଟରେ ବହୁ ବଗ୍ ଓ ସ୍ପାଇ କ୍ୟାମରା ଡିଟେକ୍ଟର ବି ଉପଲବ୍ଧ । ଏହା ମଧ୍ୟ ଆପଣଙ୍କୁ ହିଡେନ୍ କ୍ୟାମେରା ଖୋଜିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.