fbpx

କୋଟାରେ ପୁଣି ପ୍ରାଣ ହାରିଲେ ଛାତ୍ର, JEE ପାଇଁ କରୁଥିଲେ ପ୍ରସ୍ତୁତି, ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା

କୋଟା: ରାଜସ୍ଥାନ କୋଟାରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ର ଫାଶି ଦେଇ ପ୍ରାଣ ତ୍ୟାଗ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା । ସୂଚନା ଅନୁଯାୟୀ, ମୃତକ ଜଣକ ଦ୍ୱାଦଶ ଶ୍ରେଣୀରେ ପଢିବା ସହ JEE ର ପ୍ରସ୍ତୁତି କରୁଥିଲେ । ସକାଳୁ ଯେତେବେଳେ ଘରୁ ଫୋନ କଲେ ସେ ଫୋନ ରିସିଭ୍ କରିନଥିଲେ । ବାରମ୍ବାର କଲ କରିବା ସତ୍ତ୍ୱେ ଫୋନ ନ ରିସିଭ୍ କରିବାରୁ ଘରଲୋକେ ଚିନ୍ତିତ ହୋଇ ହଷ୍ଟେଲ ୱାର୍ଡେନକୁ ଫୋନ କରିଥିଲେ ।

ସୂଚନା ଅନୁଯାୟୀ, ହଷ୍ଟେଲ ୱାର୍ଡେନ ଘର ଲୋକଙ୍କ କଥା ଶୁଣିବା ପରେ ଛାତ୍ରର ରୁମକୁ ଯାଇଥିଲେ । ସେଠାରେ ଛାତ୍ର ଜଣକ ଫ୍ୟାନରେ ଫାଶିଦେଇ ଝୁଲନ୍ତା ଅବସ୍ଥାରେ ଥିଲେ । ୱାର୍ଡେନ ଏପରି ଦୃଶ୍ୟ ଦେଖି ସଂଗେ ସଂଗେ ସ୍ଥାନୀୟ ପୋଲିସ ଏବଂ ଘର ଲୋକଙ୍କୁ ଏହି ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ।

କୋଟା ଇଞ୍ଜିନିୟରିଂ ଏବଂ ମେଡିକାଲ କୋଚିଂର ହବ ଅଟେ । ଏହି ଜିଲ୍ଲାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଜ ସ୍ୱପ୍ନ ପୂରଣ କରିବାକୁ ଆସୁଛନ୍ତି । ଏଥିରେ କାହାର ସ୍ୱପ୍ନ ପୂରଣ ହେଉଛି ତ କାହାକୁ ସବୁଦିନ ପାଇଁ ଘରକୁ ଫେରିବାକୁ ପଡୁଛି । ଚଳିତ ବର୍ଷ ଆରମ୍ଭରୁ ୩ଜଣ ଛାତ୍ର ପ୍ରାଣ ହାରିଥିବା ବେଳେ ବର୍ତ୍ତମାନ ଅନ୍ୟ ଜଣେ ଛାତ୍ରର ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.