fbpx

ପୁଟିନ୍‌ଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ରେ କ’ଣ କହିଲେ ବାଇଡେନ୍?

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ପୁଟିନ୍‌ଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୀଙ୍କ ବିୟୋଗ ତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ବରଂ କ୍ରୋଧରେ ଭରି ଦେଇଛି ବୋଲି ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି କହିଛନ୍ତି। ବାଇଡେନ ନାଭାଲନିଙ୍କ ବିଷୟରେ କହିଛନ୍ତି, “ସେ ଦୁର୍ନୀତି, ହିଂସା ଏବଂ ପୁଟିନ୍ ସରକାରଙ୍କ ସମସ୍ତ ଦୁର୍ନୀତି ବିରୋଧରେ ସାହସିକତାର ସହ ଠିଆ ହୋଇଥିଲେ। ନାଭାଲନୀଙ୍କ ମୃତ୍ୟୁ ପାଇଁ ପୁଟିନ୍ ଦାୟୀ।

ଶୁକ୍ରବାର ଦିନ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ନେଇ ରୁଷଜେଲ ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କୁ ୪୭ ବର୍ଷ ହୋଇଥିଲା। ଇଣ୍ଟରନେଟରେ ରେ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ନଭାଲନୀ ଚାଲିବାର କିଛି ସମୟ ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ନାଭାଲନିଙ୍କ ପାଖକୁ ଦୌଡ଼ି ଆସିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଗଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.