fbpx

ସ୍ଥଗିତ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ; ସରକାରଙ୍କ ପ୍ରତିଶ୍ରୁତି ପରେ ନିଷ୍ପତି ନେଲା ସଙ୍ଘ

ଭୁବନେଶ୍ୱର: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ । ପର୍ଯ୍ୟାୟକ୍ରମେ ସ‍‍ବୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ସ୍ଥଗିତ । ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଂଘ ପକ୍ଷରୁ ସୂଚନା । ଗତ ମାସେ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିଲେ।

କେନ୍ଦ୍ର ସରକାରଙ୍କ ଅଧୀନରେ କାର‌୍ୟ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍‌ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ।

ମାତ୍ର ସେ ଦିଗରେ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ସେମାନେ ସମୂହ ଛୁଟିକୁ ଓହ୍ଲାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ପ୍ରାଣୀ ଚିକିତ୍ସା ସେବା ଏବଂ ଅନ୍ୟ ବିଭାଗୀୟ କାର୍ଯ୍ୟ ପ୍ରଭାବିତ ହୋଇଛି।

Get real time updates directly on you device, subscribe now.