fbpx

ଦୁନିଆରେ ପ୍ରଥମ ଥର ଘଟିଲା: ‘DIPG’ ନାମକ ଏକ ବିରଳ ଓ ବିପଜ୍ଜନକ ବ୍ରେନ କ୍ୟାନସର ବିରୋଧରେ ଲଢ଼ି ସୁସ୍ଥ ହେଲା ୧୩ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଅନେକ ଭୟଙ୍କର ରୋଗର ସାମ୍ନା କରୁଥିବା ବେଳେ ଏ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନର କମାଲ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଗୋଟିଏ ୧୩ ବର୍ଷୀୟ ବାଳକ ବିରଳ ଓ ବିପଜ୍ଜନକ ବ୍ରେନ କ୍ୟାନସର ବିରୋଧରେ ଲଢ଼େଇ କରି ସୁସ୍ଥ ଲାଭ କରିଛି । ବିଶ୍ୱର ପ୍ରଥମ ପିଲା ଭାବେ ସେ ଏକ ଭୟଙ୍କର କ୍ୟାନସର ରୋଗ ବିରୋଧରେ ଲଢ଼େଇ କରି ବିଜୟୀ ହୋଇପାରିଛି ।

ସୂଚନା ମୁତାବକ, ବେଲଜିୟମର ନିବାସୀ ୧୩ ବର୍ଷୀୟ ବାଳକ ଲୁକାସ ବିଶ୍ୱର ପ୍ରଥମ ପିଲା ଭାବେ ଡିଫ୍ୟୁଜ ଇଣ୍ଟ୍ରିନସିକ ପଏଣ୍ଟିଂ ଗ୍ଲିଓମୋ (ଡିଆଇପିଜି) ନାମକ ଏକ ବିରଳ ଓ ବିପଜନଜନକ ବ୍ରେନ କ୍ୟାନସର ବିରୋଧରେ ଲଢ଼େଇ କରି ଆରୋଗ୍ୟ ଲାଭ କରିଛି । ଡିଆଇପିଜି ଦ୍ରୁତ ଭାବେ ବଢ଼ୁଥିବା ଏକ ବ୍ରେନ କ୍ୟାନସର ହୋଇଥିବା ବେଳେ ଏହାର ଚିକିତ୍ସି କରିବା ମୁସ୍କିଲ ହୋଇ ପଡ଼ିଥାଏ । ପ୍ରତିବର୍ଷ ଆମେରିକାରେ ପାଖାପାଖି ୩୦୦ ଓ ଫ୍ରାନ୍ସରେ ୧୦୦ ଶିଶୁକୁ ଏହା ସଂକ୍ରମିତ କରିଥାଏ ।

ଲୁକାସକୁ ଏବେ ୧୩ ବର୍ଷ ବୟସ ହୋଇଥିବା ବେଳେ ସେ ବେଲଜିୟମର ନିବାସୀ ଅଟେ । ସେ ବିଶ୍ୱର ପ୍ରଥମ ପିଲା ଭାବେ ଡିଆଇପିଜି ପରି ଏକ ଭୟଙ୍କର ବ୍ରେନ କ୍ୟାନସରକୁ ମାତ୍ ଦେବାରେ ସକ୍ଷମ ହୋଇଛି । ଲୁକାସକୁ ୬ ବର୍ଷ ବୟସ ହୋଇଥିବା ବେଳେ ତା’ଠାରେ ଏହି କ୍ୟାନସର ଥିବା ନେଇ ଜଣାପଡ଼ିଥିଲା । ତେବେ ୭ ବର୍ଷ ଧରି ଚିକିତ୍ସା କରାଯିବା ପରେ ତା’ ଶରୀରରେ କ୍ୟାନସର କୌଣସି ଚିହ୍ନଟ ରହିନାହିଁ । ପ୍ୟାରିସର ଗୁଷ୍ଟାଭେ ରୌସି କ୍ୟାନସର ସେଣ୍ଟର ବ୍ରେନ ଟ୍ୟୁମର କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ଜାକିସ ଗ୍ରିଲ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.