fbpx

ଖଣ୍ଡଗିରି ଯାତ୍ରା ମହାସମର; ପୁରୁଣା ଫର୍ମକୁ ଫେରିଲା ଗୌରୀ ଗଣନାଟ୍ୟ

ଭୁବନେଶ୍ୱର: ଦିନେ ଗୌରୀ ଗଣନାଟ୍ୟ ଖଣ୍ଡଗିରି ଯାତ୍ରା ମହାସମରରେ ଆଗରେ ରହୁଥିଲା । ଓଡ଼ିଶା ଅପେରା, ଜନତା ଗଣନାଟ୍ୟ ଓ ସାତଶଙ୍ଖ ଗଣନାଟ୍ୟ, ତୁଳସୀ ଓ ଶିବାନୀ ଭଳି ଆଗ ଧାଡ଼ି ଅପେରା ପାର୍ଟିଙ୍କ ସହ ସମକକ୍ଷ ଥିଲା । ଆଜି ବି ଲୋକମାନେ ମନେରଖିଛନ୍ତି ସେଦିନର ବହୁ ଚର୍ଚ୍ଚିତ ନାଟକ ‘ସ୍ବାମୀ ବି ବାକି‌ରେ ମିଳୁଛି’।

କିନ୍ତୁ ଦିନ ଆସିଲା କୌଣସି ପରିସ୍ଥିତିକୁ ନେଇ ସାତଶଙ୍ଖ, ଓଡ଼ିଶା ଅପେରା ଓ ଜନତା ଗଣନାଟ୍ୟ ଭାଙ୍ଗିଗଲା । ଏପରିକି ବହୁ ସୁନାମ ଅର୍ଜନ କରିଥିବା ଗୌରୀ ଗଣନାଟ୍ୟ ବି ପଛରେ ପଡ଼ିଗଲା । ଶେଷରେ ପରିସ୍ଥିତି ଏମିତି ହେଲା ଯେ ଗୌରୀ ଖଣ୍ଡଗିରି ଯାତ୍ରା ମହାସମରରୁ ବାଦ୍‌ ପଡ଼ିଗଲା ।

କିନ୍ତୁ ଚଳିତବର୍ଷ ଗୌରୀ ଗଣନାଟ୍ୟ ତାର ପୁରୁଣା ଗୌରବ ଫେରିପାଇଛି । ଦେଖିବାକୁ ଗଲେ ପାଖାପାଖି ୧୦ ବର୍ଷ ତଳର ପ୍ରଶଂସା ଗୋଟାଉଛି ଗୌରୀ ଗଣନାଟ୍ୟ । ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସବୁଠୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ।

ଦେଖିବାକୁଗଲେ, ଯାତ୍ରା ପାଇଁ ଟିକେଟ୍ ଅଗ୍ରିମ ବୁକିଂ ହେଇଯାଉଛି । ଅନେକ ଲୋକ ଫେରି ଆସୁଛନ୍ତି । କିଛି ଦର୍ଶକ କହୁଛନ୍ତି ଦୁଇଶହ ଟଙ୍କା ଦେଇ କିଛି ଲୋକ ଠିଆ ହୋଇ ଦେଖୁଛନ୍ତି । ତେଣୁ ଏତିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ପୂର୍ବପରି ଗୌରୀ ଗଣନାଟ୍ୟ ତାର ଗୌରବ ଫେରି ପାଇଛି ।

Get real time updates directly on you device, subscribe now.