ବାଂଲାଦେଶ: ସାତ ମହଲା ବିଲଡିଂରେ ଲାଗିଲା ନିଆଁ, ୪୩ ଜଣଙ୍କ ମୃତ୍ୟୁ, ୪୦ ଜଣ ଆହତ ନେଇ ମିଳିଛି ସୂଚନା

ନୂଆଦିଲ୍ଲୀ: ବାଂଲାଦେଶରେ ଘଟିଯାଇଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ଗୋଟିଏ ୭ ମହଲା ବିଲଡିଂରେ ନିଆଁ ଲାଗି ଅତିକମରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୪୦ ଜଣ ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଢାକା ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗୁରୁତର ଅଘଟଣ ବିଷୟରେ ଖବର ପାଇବା ପରେ ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ହସ୍ପିଟାଲକୁ ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ ।

ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚିଥିଲା । ତା’ପରେ ତ୍ୱରିତ ଭାବେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରାଯିବା ସହିତ ନିଆଁରୁ ଶବ ଉଦ୍ଧାର କରାଯାଇଥିଲା ଓ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଗତକାଲି ରାତି ୯.୫୦ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା । ଉକ୍ତ ବିଲଡିଂର ବିଭିନ୍ନ ମହଲାରେ ରେଷ୍ଟୁରାଣ୍ଟ, ଡ୍ରେସ ଦୋକାନ ଓ ମୋବାଇଲ ଫୋନ୍ ଦୋକାନ ରହିଥିଲା ।

Get real time updates directly on you device, subscribe now.