fbpx

ସିଗାରେଟ୍ ପିଇ, ଲିପଷ୍ଟିକ୍ ଲଗାଇ କଳା ପଡିଛି କି ଓଠ, ଆପଣାନ୍ତୁ ଏହି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ମୁହଁରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ ଓଠ । କିନ୍ତୁ ବହୁ ସମୟରେ ଖରାପ ଅଭ୍ୟାସ ପାଇଁ ଓଠର ଗୋଲାପୀ ରଙ୍ଗ ହଜିଯାଏ ଓ ଓଠ କଳା ପଡିଯାଏ । ଏହା ସିଗାରେଟ୍ ପିଇବା କାରଣରୁ ହୋଇପାରେ କିମ୍ବା ଲିପଷ୍ଟିକ୍ ଲଗାଇବା କାରଣରୁ ବି ହୋଇପାରେ । ଆଜି ଆମେ ଆପଣଙ୍କୁ ଏପରି ଟିପ୍ସ ଦେଉଛୁ ଯାହାକୁ ଆପଣାଇ ଆପଣ କଳା ଓଠକୁ ପୁଣି ଗୋଲାପି କରିପାରିବେ ।
କାହିଁକି କଳା ପଡିଥାଏ ଓଠ?
ଓଠ କଳା ପଡିବାର ବହୁ କାରଣ ରହିଛି । ଯେପରିକି ଧୂମପାନ ଓ ସନ୍ ଟାନିଂ । ଅଧିକ ସମୟ ଖରାରେ ରହିବା ଦ୍ୱାରା ମଧ୍ୟ ଓଠ କଳା ପଡିଥାଏ । ସିଗାରେଟ୍‌ରେ ଟାର ଓ ନିକୋଟିନ୍ ରହିଥାଏ ଯାହା ଆପଣଙ୍କ ଓଠକୁ କଳା କରି ଦେଇଥାଏ । ଏହାସହିତ ଏପରି ବହୁ ଲିପଷ୍ଟିକ ରହିଛି ଯାହା ଖରା ସଂସ୍ପର୍ଶରେ ଆସି କେମିକାଲ ରିଆକ୍ସନ କାରଣରୁ ଆପଣଙ୍କ ଓଠକୁ କଳା କରିଦିଏ । ଏହାସହିତ ଓଠରେ ମଇଶ୍ଚର କମିଯିବା ଦ୍ୱାରା ବି ଓଠ ଶୁଖିଯିବା ସହ କଳା ପଡିଯାଏ । ବହୁ ସମୟରେ ଆପଣଙ୍କ ଓଠ ବଂଶଗତ ଭାବରେ ବି କଳା ହୋଇଥାଏ । ଯଦି ଆପଣଙ୍କ ଓଠ ବଂଶଗତ କାରଣରୁ କଳା ନୁହେଁ ତେବେ ଆପଣ ନିମ୍ନୋକ୍ତ ଟିପ୍ସ ଆପଣାଇ ଓଠକୁ ଗୋଲାପୀ କରିପାରିବେ ।
ଓଠ ପାଇଁ ଭିଟାମିନ୍ ଏ, ସି ଓ ବି୨ ବହୁତ ଜରୁରୀ । ତେଣୁ ଏହା ନିଜ ଡାଏଟ୍‌ରେ ସାମିଲ କରନ୍ତୁ । ଅମୃତଭଣ୍ଡା, ଟମାଟୋ, ଗାଜର, ସବୁଜ ପନିପରିବା, ବାଦାମ ଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଉଚିତ ।

୧-ତ୍ୱଚା ପରି ଓଠର ବି ସ୍କ୍ରବିଂ କରନ୍ତୁ । ଏହାଦ୍ୱାରା ଓଠରୁ ମୃତ କୋଷ ହଟିଯାଏ ।
୨-ମୁହଁର ଚମକ ପାଇଁ ଯେପରି ଫେସ୍ ପ୍ୟାକ୍ ଲଗାଉଛୁ ସେହିପରି ଓଠ ପାଇଁ ମଧ୍ୟ ଲିପ୍ସ ମାସ୍କ ଜରୁରୀ । ସ୍କ୍ରବିଂ ପରେ ଓଠ ମୁଲାୟମ ହୋଇଥାଏ । ଏହାକୁ ଲକ୍ କରି ରଖିବା ପାଇଁ ଆପଣଙ୍କୁ ମାସ୍କ ଲଗାଇବାକୁ ପଡିବ ।
କିପରି ଘରେ ତିଆରି କରିବେ ଲିପ୍ ସ୍କ୍ରବ୍ ଓ ମାସ୍କ:
ଚିନି ହେଉଛି ଏକ ବଢିଆ ସ୍କ୍ରବ୍ । ଚିନିରେ ସାମାନ୍ୟ ଗ୍ଲିସେରିନ୍ ମିଶାଇ ଏହାକୁ ଓଠରେ ଘସନ୍ତୁ । ଏହା ଆପଣ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ । ୫ ମିନିଟ୍ ପରେ ଏହାକୁ ପୋଛି ଦିଅନ୍ତୁ । ଏହି ପ୍ରକ୍ରିୟା ଆପଣ ଦିନେ ଛାଡି ଦିନେ କରନ୍ତୁ ।

ବଜାରରୁ ଆପଣ ବିଟ୍‌ରୁଟ୍ ମାସ୍କ କିଣି ଆଣି ଲଗାଇ ପାରିବେ । ଏହା ଓଠକୁ ସୁନ୍ଦର କରିବା ସହ ପୋଷଣ ଦେବ । ଓଠକୁ ନରମ କରିବା ପାଇଁ ଆପଣ ଘିଅ ବି ଲଗାଇପାରିବେ । ଏହା ବ୍ୟତିତ ଏଲୋଭେରା ଜେଲ୍ ମଧ୍ୟ ଲଗାଇ ପାରିବେ । ଆପଣ ଅଧା ଚାମଚ ବିଟରୁଟ୍ ରସ, ଏକ ଚାମଚ ଘିଅ ଓ ଏକ ଚାମଚ ଏଲୋଭେରା ଜୁସ୍ ମିଶାଇ ଲିପ୍ ମାସ୍କ ତିଆରି କରନ୍ତୁ । ଏହାକୁ ଆପଣ ରାତିରେ ଓଠରେ ଲଗାଇ ଶୁୁଅନ୍ତୁ ।

Get real time updates directly on you device, subscribe now.