fbpx
BJD SKY
BJD SKY

ଅଟା-ଚାଉଳ ପରେ ଶସ୍ତାରେ ଡାଲି ଯୋଗାଇବେ ସରକାର: କେତେ ଟଙ୍କାରେ ମିଳିବ ‘ଭାରତ ମସୁର ଡାଲି’?

BJD

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡ଼ ପାଇଁ ସାଧାରଣ ଜନତା ଚିନ୍ତାରେ ରହିଛନ୍ତି । ଏହା ଭିତରେ ଡାଲି ଦର ମଧ୍ୟ ଖୁବ ଅଧିକ ରହିଛି । ଏହି ସମସ୍ୟା ସମାଧାନ ପାଇଁ ସରକାର ଲୋକଙ୍କୁ ଆଉ ଏକ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶସ୍ତା ମୂଲ୍ୟରେ ମସୁର ଡାଲି ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ସରକାର । ଚଣା ଡାଲି, ଗହମ, ଅଟା ଏବଂ ଚାଉଳ ପରେ ସରକାର ବର୍ତ୍ତମାନ ବଜାରରେ ‘ଭାରତ ମସୁର ଡାଲି’ ଉପଲବ୍ଧ କରାଇବା ପାଇଁ ଯୋଜନା କରୁଛନ୍ତି । ସରକାରଙ୍କ ଏହି ଯୋଜନା ଜନତାଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବା ସହ ଦରଦାମ ବୃଦ୍ଧିକୁ ହ୍ରାସ କରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, ଏବେ ବଜାରରେ ମସୁର ଡାଲିର ଦର କିଲୋ ପିଛା ୧୨୫ ଟଙ୍କାରେ ବିକ୍ରି କରାଯାଉଛି । ଅନ୍ୟ ପକ୍ଷରେ ମସୁର ଡାଲିର ଅଖିଳ ଭାରତୀୟ ହାରାହାରି ଖୁଚୁରା ଦାମ୍ ପ୍ରାୟ ୯୩.୫ ଟଙ୍କାରେ ଉପଲବ୍ଧ ରହିଛି । କିନ୍ତୁ ସରକାରଙ୍କ ‘ଭାରତ ମସୁର ଡାଲି’ ସାଧାରଣ ଜନତାଙ୍କୁ ମାତ୍ର ୮୯ ଟଙ୍କାରେ ଯୋଗାଇ ଦିଆଯିବ । ଚଳିତ ମାସ ପ୍ରଥମ ସପ୍ତାହରୁ ହିଁ ଏହି ଡାଲି ବିକ୍ରି କରାଯିବ ବୋଲି ଆଶା କରାଯାଉଛି । ଭାରତ ଅଟା, ଭାରତ ଚାଉଳ ଏବଂ ଭାରତ ଡାଲି ପରେ ସରକାର ଭାରତ ମସୁର ଡାଲି ମଧ୍ୟ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ NAFED ଏବଂ NCCF ତରପରୁ ୨୫ ହଜାର ଟନ୍ ଡାଲିର ପ୍ରସେସିଙ୍ଗ ଏବଂ ପ୍ୟାକିଙ୍ଗ କରାଯିବ । ଏହାପରେ ଡାଲିକୁ ଦେଶରେ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ବଣ୍ଟନ କରାଯିବ । ଚଣା ଡାଲି ଭଳି ମସୁର ଡାଲି ମଧ୍ୟ ୧ କିଲୋ ପ୍ୟାକରେ ଲୋକଙ୍କ ପାଇଁ ଉପଲବ୍ଧ ରହିବ ।

ନାଫେଡ ଏବଂ ଏନସିସିଏଫ ଜରିଆରେ ଭାରତ ମସୁର ଡାଲି ବିକ୍ରି କରିବେ ସରକାର । କେନ୍ଦ୍ରୀୟ ଭଣ୍ଡାର ଏବଂ ଖୁଚୁରା ଦୋକାନ ଜରିଆରେ ଏହି ଡାଲି ବିକ୍ରି କରାଯିବ । କୌଣସି ରିହାତି ବିନା ୮୯ ଟଙ୍କା ପ୍ରତି କିଲୋରେ ସରକାର ମସୁର ଡାଲି ବିକ୍ରି କରିପାରିବେ । ଦରଦାମ୍ ବୃଦ୍ଧିକୁ କମ୍ କରିବା ପାଇଁ ସରକାରୀ ଭଣ୍ଡାରରେ ଯଥେଷ୍ଟ ପରିମାଣରେ ଡାଲି ଉପଲବ୍ଧ ଥିଲେ ମଧ୍ୟ ଏହାର ମୂଲ୍ୟହ୍ରାସ ହୋଇଛି । ବର୍ତ୍ତମାନ ସରକାରୀ ଭଣ୍ଡାରରେ ପ୍ରାୟ ୭,୨୦,୦୦୦ ଟନ୍ ମସୁର ଡାଲି ରହିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.