fbpx

୩ ଛାତ୍ରୀଙ୍କୁ ଏସିଡ୍ ମାଡ଼, ଅଭିଯୁକ୍ତ ଗିରଫ

ଓଡ଼ିଶା ଭାସ୍କର: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୩ ଜଣ କଲେଜ ଛାତ୍ରୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଲେଜ ପରିସରରେ ପଶି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ଜଣାପଡ଼ିଛି । ପରୀକ୍ଷା ପୂର୍ବରୁ ଏପରି ଘଟଣା ଯୋଗୁଁ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଦକ୍ଷିଣ କନ୍ନଡ଼ ଏସପି ରଶ୍ୟନ୍ତ ସିବିଙ୍କ ସୂଚନାନୁଯାୟୀ ଜିଲ୍ଲାର କଡ଼ବା ସରକାରୀ କଲେଜରେ ସୋମବାର ସକାଳେ ଏହି ଘଟଣା ଘଟିଛି । କଲେଜ ପରିସରରେ ୩ ଜଣ ଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ସେମାନଙ୍କ ଉପରେ ଏମସିଡ୍ ମାଡ଼ କରିଥିଲା । ଦୁବୃର୍ତ୍ତ ଜଣଙ୍କ ମୁହଁରେ ମାସ୍କ ଓ ଟୋପି ପିନ୍ଧିଥିଲେ । ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ ଲୋକମାନେ ଧରି ପୋଲିସଙ୍କୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ଜଣଙ୍କ ହେଉଛି ୨୩ ବର୍ଷୀୟ ଅବିନ୍ । କେରଳରେ ପଢ଼ୁଥିବା ସେ ଜଣେ ଏମବିଏ ଛାତ୍ର । ପରେ ୩ ଜଣ ଛାତ୍ରୀଙ୍କୁ କଡ଼ବା ସରକାରୀ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

 

Get real time updates directly on you device, subscribe now.