fbpx

ଇଂଲଣ୍ଡ ୨୧୮ରେ ଅଲଆଉଟ୍: କୁଲଦୀପ-ଅଶ୍ୱିନ ପୋଛିନେଲେ ୱିକେଟ, ଘାଇଲା ହେଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଧର୍ମଶାଳା ଠାରେ ଆଜି ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପୂର୍ବରୁ ଖେଳା ଯାଇଥିବା ୪ଟି ଟେଷ୍ଟ ମଧ୍ୟରୁ ଭାରତ ୩ଟିରେ ଓ ଇଂଲଣ୍ଡ ୧ଟିରେ ଜିତିଛନ୍ତି । ଟିମ୍ ଇଣ୍ଡିଆ ୩-୧ରେ ସିରିଜ କବଜା କରି ସାରିଥିଲେ ହେଁ ଭ୍ରମଣକାରୀ ଦଳ ଏହି ଟେଷ୍ଟକୁ ଜିତି ନିଜ ଦକ୍ଷତାର ପରିଚୟ ଦେବାକୁ ପ୍ରୟାସ କରିବ । ଅନ୍ୟପକ୍ଷରେ ଇଂଲଣ୍ଡ ଏହି ମ୍ୟାଚ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଜାକ କ୍ରାଓଲେ (୭୯)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ୩୦ ତଳକୁ ସ୍କୋର କରି ପାଭିଲିୟନ୍ ଫେରି ଯାଇଥିଲେ । ଇଂଲଣ୍ଡ ୫୭.୪ ଓଭରରେ ୨୧୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ପୁଣି ଥରେ ଇଂଲଣ୍ଡ ପାଇଁ କଣ୍ଟା ସାଜିଥିଲେ କୁଲଦୀପ ଯାଦବ । କୁଲଦୀପ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୪ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

Get real time updates directly on you device, subscribe now.