କିଏ ଏହି ନାଜିମ ନାଜିର? ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ନିଜ ସାଙ୍ଗ, କାଶ୍ମୀର ଗସ୍ତରେ ସେଲଫି ମଧ୍ୟ ଉଠାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତରେ ପହଁଚିବା ମାତ୍ରେ ସମସ୍ତେ ଉତ୍ସାହର ସହ ସ୍ୱାଗତ କରିଥିଲେ । ପିଏମ ମୋଦୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ବିକଶିତ ଭାରତ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହିତ ମଧ୍ୟ କଥାବର୍ତ୍ତା ହୋଇଥିଲେ । ବାର୍ତ୍ତାଳାପ ସମୟରେ କିଛି ଏପରି ଘଟିଲା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଏଠାରେ ପିଏମ ମୋଦୀ ନିଜ ଭାଷଣ ପୂର୍ବରୁ ଯୁବ ଉଦ୍ୟୋଗୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଏକ ମହୁମାଛି ଚାଷୀ ନାଜିମ ନାଜିର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କର ଏହି ଡିମାଣ୍ଡକୁ ଶୁଣିଲେ ଏବଂ ହସିହସି ଏଥିପାଇଁ ହଁ ମଧ୍ୟ କହିଥିଲେ ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନାଜିମଙ୍କ ସହ କଥାବର୍ତ୍ତା କରୁଥିଲେ, ସେତେବେଳେ ସେ ତାଙ୍କୁ ଜନସାଧାରଣଙ୍କ ସାମ୍ନାରେ କହିଥିଲେ ଯେ, ସାର ମୋର ଏକ ଅନୁରୋଧ ଅଛି । ୨୦୨୩ ବର୍ଷରେ କେଭିଆଇସି ରେ ମୋଦୀଙ୍କ ସହ ସେଲଫି ନେଇଥିଲି । ଆଜି ମୁଁ ସେହି ସ୍ୱପ୍ନକୁ ସାକାର କରବାକୁ ଚାହୁଁଛି । ଯୁବକଙ୍କ ଏହି କଥା ଶୁଣି କୃଷକଙ୍କ ଚାହିଦା ଶୁଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଏକତ୍ର ସେଲଫି ଉଠାଇବାକୁ ଅନୁମତି ଦେଇଥିଲେ ।

ଏହାପରେ ନାଜିମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେଲଫି ନେଇଥିଲେ । ଏହି ନାଜିମଙ୍କ ସହ ସେଲଫି ଫଟୋ ଟ୍ୱିଟରରେ ସେୟାର କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ମୋ ବନ୍ଧୁ ନାଜିମଙ୍କ ସହ ଏକ ସ୍ମରଣୀୟ ସେଲଫି । ତାଙ୍କର କିଛି ଭଲ କଥା ଦ୍ୱାରା ମୁଁ ପ୍ରଭାବିତ ହୋଇଥିଲି । ସାଧାରଣ ସଭାରେ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କୁ ଭେଟି ଖୁସି ହୋଇଥିଲେ । ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।

ନାଜିମ ନାଜିର ବିକଶିତ ଭାରତ କାର୍ଯ୍ୟକ୍ରମର ହିତାଧିକାରୀ, ଯିଏ ପ୍ରଧାନମନ୍ତ୍ରୀଙ୍କ ସହ ‘ବିକଶିତ ଭାରତ, ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମ’ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ବାର୍ତ୍ତାଳାପ ସମୟରେ ପୁଲୱାମାର ନାଜିମ ମହୁ ବ୍ୟବସାୟ କରୁଥିବା ଉଦ୍ୟୋଗୀ ଭାବରେ ତାଙ୍କ ଯାତ୍ରା ବିଷୟରେ କହିଥିଲେ – ଯାହା ସେ ୨୦୧୮ ରେ ଦଶମ ଶ୍ରେଣୀରେ ପଢିବା ସମୟରେ ଆରମ୍ଭ ହୋଇଥିଲା। ନାଜିମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ତାଙ୍କ ଟେରାସରେ ଦୁଇଟି ବାକ୍ସ ମହୁମାଛି ରଖାଯାଇଛି ଏବଂ ସେଠାରୁ ସବୁକିଛି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ମହୁମାଛି ପ୍ରତି ତାଙ୍କର ଆଗ୍ରହ ବଢ଼ୁଥିବାରୁ ସେ ଅନଲାଇନରେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ।

Get real time updates directly on you device, subscribe now.