fbpx

ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ବ୍ୟାନ୍ ହେଲା ୧୮ ଓଟିଟି ପ୍ଲାଟଫର୍ମ, ୧୦ ଆପ୍ସ,୧୯ ୱେବସାଇଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବହୁ ଚେତାବନୀ ପରେ ଆପତ୍ତିଜନକ କଣ୍ଟେଣ୍ଟ ଲାଗି ୧୮ ଓଟିଟି ପ୍ଲାଟଫର୍ମ ବ୍ଲକ କରିଦିଆଯାଇଛି । ସାରା ଦେଶରେ ଓଟିଟି ପ୍ଲାଟଫର୍ମର ୧୯ ୱେବସାଇଟ୍‌, ୧୦ ଆପ୍ସ, ୫୭ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବି ନିଷିଦ୍ଧ କରିଦିଆଯାଇଛି । ଆଇଟି ଅଧିନିୟମ ଧାରା ୬୭ ଓ ୬୭ଏ, ଆଇପିସି ଧାରା ୨୯୨ ଓ ମହିଳାଙ୍କ ଆପତ୍ତିଜନକ ପ୍ରତିନିଧିତ୍ୱ (ନିଷେଧ) ଅଧିନିୟମ, ୧୯୮୬ ଧାରା ୪ର ଉଲଙ୍ଘନ କରୁଥିବା ଏହିପରି କିଛି କଣ୍ଟେଣ୍ଟ ଯାହା ଶିକ୍ଷକ-ଛାତ୍ର ସମ୍ବନ୍ଧ ଓ ଅନାଚାରପୂର୍ଣ୍ଣ ପାରିବାରିକ ସମ୍ବନ୍ଧକୁ ଦର୍ଶାଉଛି ତାହା ଏଥିରେ ସାମିଲ ରହିଛି ।

ଭାରତ ସରକାରଙ୍କ ସମ୍ବନ୍ଧିତ ମନ୍ତ୍ରଣାଳୟ/ବିଭାଗ ଓ ମିଡିଆ, ମନୋରଞ୍ଜନ, ମହିଳା ଅଧିକାର, ଶିଶୁ ଅଧିକାର କ୍ଷେତ୍ରର ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ୟାନ୍ କରାଯାଇଥିବା ତାଲିକାରେ ଡ୍ରିମ୍ସ ଫିଲ୍ମସ୍‌, ବୁଭି, ୟେସମା, ଅନକଟ୍ ଆଡ୍ଡା ଓ ଅନ୍ୟାନ୍ୟ ପ୍ଲାଟଫର୍ମ ସାମିଲ ରହିଛି । ଏହିସବୁ ପ୍ଲାଟଫର୍ମ ଆପତ୍ତିଜନକ, ମହିଳାଙ୍କ ଅପମାନ ଜନକ ଚିତ୍ରଣ, ସେକ୍ସୁଆଲ ଆକ୍ଟିଭିଟି ଆଦି ଟେଲିକାଷ୍ଟ କରୁଥିବାର ଜଣାପଡିଛି । ଏହି ଅଧାରରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସମସ୍ତ ପ୍ଲାଟଫର୍ମ ନିଜର ପ୍ରଚାର ପାଇଁ ବହୁ ମାତ୍ରାରେ ସୋସିଆଲ ମିଡିଆର ଉପଯୋଗ କରିଛି । ଫେସବୁକ୍‌, ଇନଷ୍ଟାଗ୍ରାମ, ଏକ୍ସ ଓ ୟୁଟ୍ୟୁବରେ ଏମାନଙ୍କର ୩୨ ଲକ୍ଷରୁ ଅଧିକ ୟୁଜର ଓ ଫଲୋୟର୍ସ ଅଛନ୍ତି ।

Get real time updates directly on you device, subscribe now.