fbpx

ଲାଗୁହେଲା ନୂଆ ଡ୍ରେସ୍ କୋଡ ନିୟମ: ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜିନ୍ସ, ଟି-ଶାର୍ଟ ପିନ୍ଧି ସ୍କୁଲ ଆସିବା ମନା

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏକ ନୂଆ ଡ୍ରେସ୍ କୋଡ୍ ନିୟମ । ଏଣିକି ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲକୁ ଜିନ୍ସ- ଟି-ଶାର୍ଟ ପିନ୍ଧି ଆସିପାରିବେ ନାହିଁ । ଏହି ନିୟମ ମାନିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଡ୍ରେସ୍ କୋଡ ନିୟମ ଲାଗୁ ହୋଇଥିବା ବେଳେ ଏବେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ସେଭଳି ନିୟମ ଲାଗୁ କରାଯାଇଛି ।

ସୂଚନା ମୁତାବକ, ମହାରାଷ୍ଟ୍ର ସରକାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ ନିୟମ ଲାଗୁ କରିଛନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଜିନ୍ସ, ଟି-ଶାର୍ଟକୁ ଛାଡ଼ି ଅନ୍ୟ ଡ୍ରେସ୍ ପିନ୍ଧି ସ୍କୁଲ ଆସିବାକୁ କୁହାଯାଇଛି । ଶିକ୍ଷକମାନେ କେଉଁ ପ୍ରକାର ଡ୍ରେସ ପରିଧାନ କରିବେ ଓ ଶିକ୍ଷୟିତ୍ରୀମାନେ କେଉଁ ପ୍ରକାର ଡ୍ରେସ ପରିଧାନ କରିବେ ତାହା ସ୍କୁଲ କର୍ତ୍ତୃପକ୍ଷ ସ୍ଥିର କରିବେ । ଏନେଇ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ଏକ ସରକାରୀ ରିଜୋଲ୍ୟୁସନ ଜାରି କରାଯାଇଛି ।

ଏହି ନିୟମ ରାଜ୍ୟର ସମସ୍ତ ସ୍କୁଲ ପାଇଁ ଲାଗୁ ହୋଇଛି । ପ୍ରାଇଭେଟ, ଏଡେଡ, ନନ-ଏଡେଡ ସମସ୍ତ ସ୍କୁଲରେ ସମାନ ନିୟମ ଲାଗୁ ହେବ । ଏହି ନିୟମକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନିବାକୁ ପଡ଼ିବ । ଶିକ୍ଷକମାନେ ଲାଇଟ କଲର ଶାର୍ଟ ଓ ଡାର୍କ କଲର ପ୍ୟାଣ୍ଟ ପରିଧାନ କରିବେ । ସେହିପରି ଶିକ୍ଷୟିତ୍ରୀମାନେ ସାଲୱାର, ଚୁଡ଼ିଦାର, କୁର୍ତ୍ତା, ଦୁପଟ୍ଟା ପରି ଡ୍ରେସ ବା ଶାଢ଼ୀ ପରିଧାନ କରିବେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଡ୍ରେସର ରଙ୍ଗ କ’ଣ ରହିବା ତାହା ସ୍କୁଲ ସ୍ଥିର କରିବ ।

Get real time updates directly on you device, subscribe now.