fbpx

ନିର୍ବାଚନ ପୂର୍ବରୁ ECIଙ୍କ ବଡ କାର୍ଯ୍ୟାନୁଷ୍ଠାନ, ପଶ୍ଚମିବଙ୍ଗ ଡିଜିପିଙ୍କୁ ଦାୟିତ୍ୱରୁ ଅନ୍ତର କରାଗଲା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ପଶ୍ଚମିବଙ୍ଗ ଡିଜିପିଙ୍କୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ପଶ୍ଚମିବଙ୍ଗ ଡିଜିପ  ରାଜୀବ କୁମାରଙ୍କୁ ଦାୟିତ୍ୱରୁ ଅନ୍ତର କରାଗଲା । ଲୋକସଭା ନିର୍ବାଚନ ପୂର୍ବରୁ ଦାୟିତ୍ୱରୁ ହଟାଇଲେ । ଏହା ସହିତ ୬ ରାଜ୍ୟର ଗୃହ ସଚିବଙ୍କୁ ବି ହଟାଇଲେ ନିର୍ବାଚନ କମିଶନର ।

ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ଗୃହ ସଚିବଙ୍କୁ ହଟାଇବାକୁ ଆଦେଶ ଜାରି କରିଛନ୍ତି । ଏହାସହିତ ମିଜୋରାମ ଓ ହିମାଚଳପ୍ରଦେଶର ସାଧାରଣ ପ୍ରଶାସନ୍ଖଳ ବିଭାଗ ସଚିବଙ୍କୁ ମଧ୍ୟ ହଟାଇ ଦେଇଛନ୍ତି ।

Get real time updates directly on you device, subscribe now.