fbpx

ବସରେ ମଣିଷ ପରି ଯାତ୍ରା କଲା ମାଙ୍କଡ, ଲୋକେ କହିଲେ- ‘ମାସ୍କ ତ ପିନ୍ଧାଅ’

ଯେବେଠାରୁ ଲକଡାଉନ୍ ଲାଗୁ ହୋଇଛି, ସେବେଠାରୁ ମଣିଷ ଅପେକ୍ଷା ପଶୁପକ୍ଷୀମାନେ ବେଶୀ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି । କେତେବେଳେ ରାସ୍ତାରେ କୁମ୍ଭୀର ଦେଖାଗଲାଣି ତ ଆଉ କେତେବେଳେ ବାଘ । ପୁଣି ମଝିରେ ଦୁଇ ଭାଲୁ ରାସ୍ତାରେ ଖେଳୁଥିବା ମଧ୍ୟ ନଜର ଆସିଥିଲା । ଏହିପରି ଅନେକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି । ସେହିପରି ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗୋଟିଏ ମାଙ୍କଡଟି ମଣିଷ ପରି ବସରେ ଯାତ୍ରା କରୁଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ମାଙ୍କଡଟି ନିଜ ମାଲିକ ପାଖ ସିଟରେ ବସି ଯାତ୍ରା କରୁଥିଲା । ନା ସେ କାହାକୁ ହଇରାଣ କରୁଥିଲା, ନା ନିଜ ସିଟରୁ ଉଠି ଏପଟ ସେପଟ ହେଉଥିଲା । ବରଂ ମଣିଷଙ୍କ ପରି ସେ ନିଜ ସିଟରେ ଆରାମରେ ବସି ଯାତ୍ରା କରୁଥିଲା । ଏହାକୁ ଦେଖି ଲୋକମାନେ ମଜାରେ କହିଥିଲେ ଯେ, ‘ମାଙ୍କଡକୁ ମାସ୍କ ତ ପିନ୍ଧାଅ ।’ ଏହି ଭିଡିଓକୁ ଶେଫାଳୀ ମିଶ୍ର ନାମକ ଜଣେ ଟ୍ୱିଟର ୟୁର୍ଜର ସେୟାର କରିଥିବା ବେଳେ ୯ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି ।

Get real time updates directly on you device, subscribe now.