fbpx

Momos ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ଆପଣଙ୍କୁ ବି ହୋଇପାରେ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ଫାଷ୍ଟଫୁଡ୍ ଖାଦ୍ୟର ଚାହିଦା ସବୁଠାରୁ ଅଧିକ । ଅଧିକାଂଶ ଲୋକେ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରିଥାନ୍ତି । ଫାଷ୍ଟଫୁଡ୍ ମଧ୍ୟରେ ମୋମୋଜ୍ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ବହୁତ ପସନ୍ଦ । ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ୍ । ପ୍ରତି ଗଳିକନ୍ଦିରେ ମୋମୋଜ୍ ଠେଲା ବା ଦୋକାନ ଉପଲବ୍ଧ । କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆପଣ ବୋଧହୁଏ ଜାଣିନାହାନ୍ତି । ଯେକୌଣସି ଜିନିଷ ଅଧିକ ହେଲେ ଖରାପ ହୋଇଥାଏ । ଠିକ୍ ସେହିଭଳି ଅଧିକ ମୋମୋଜ୍ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଅଧିକ ମୋମୋଜ୍ ସେବନ ଦ୍ୱାରା କ’ଣ କ’ଣ ସମସ୍ୟା ହୋଇଥାଏ ଜାଣନ୍ତୁ ।

ମୋମୋଜ୍ ମଇଦାରେ ତିଆରି ହୋଇଥାଏ । ମଇଦାରେ ଏଜୋଡିକାର୍ବୋନ୍ ମାଇଡ୍, ବେଞ୍ଜୋଇଲ୍ ପେରାକ୍ସାଇଡ୍ ଭଳି ତତ୍ତ୍ୱ ରହିଛି । ମଇଦାକୁ ସଫ୍ଟ କରିବାକୁ ଏଥିରେ ଏଲୋକ୍ସନ ନାମକ ତତ୍ତ୍ୱ ମଧ୍ୟ ପକାଯାଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । ମଇଦାରେ ମିଶ୍ରଣ କରାଯାଉଥିବା ଏହି ସ୍ୱାସ୍ଥ୍ୟ ପାଇଁ ହାନିକାରକ ‘ମୋମୋଜ୍’ ମୋମୋଜ୍ ଉଭୟ ଭେଜ୍ ଓ ନନ୍ ଭେଜ୍ରେ ତିଆରି ହୋଇଥାଏ । ନନ୍ଭେଜ୍ ମୋମୋଜ୍ ପାଇଁ ଚିକେନ୍ ବ୍ୟବହାର କରାଯାଇଥାଏ । କିନ୍ତୁ ଏଥିରେ ବ୍ୟବହୃତ ହେଉଥିବା ଚିକେନର କ୍ୱାଲିଟି ଭଲ ନଥାଏ । ଖରାପ କ୍ୱାଲିଟି ଚିକେନ୍ ରୋଗାକ୍ରାନ୍ତ କରିପାରେ । ମୋମୋଜ୍ରେ ଦିଆଯାଉଥିବା ଚଟଣି ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକାର । ଏହି ରୋଗ ଚଟଣି ଲୋକେ ବହୁତ ପସନ୍ଦ କରନ୍ତି । ଏହି ଚଟଣିରେ ଅତ୍ୟଧିକ ଲଙ୍କା ପଡ଼ିଥାଏ । ମାତ୍ରାଧିକ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଖରାପ । ଅତ୍ୟଧିକ ରାଗ ସେବନ ଦ୍ୱାରା ଆପଣ କୋଷ୍ଠକାଠିନ୍ୟର ଶିକାର ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଏହାଦ୍ୱାରା ପାଚନକ୍ରିୟା ପ୍ରଭାବିତ ହୋଇଥାଏ ।

ଏହା ବ୍ୟତୀତ ଏହା ମଧୁମେହ ଆଶଙ୍କା ମଧ୍ୟ ବଢ଼ାଇ ଥାଏ । ମୋମୋଜ୍ ଉଭୟ ଭେଜ୍ ଓ ନନ୍ ଭେଜରେ ତିଆରି ହୋଇଥାଏ । ନନ୍ ଭେଜ ମୋମୋଜ୍ ପାଇଁ ଚିକେନ୍ ବ୍ୟବହାର କରାଯାଇଥାଏ । ଏଥିରେ ବ୍ୟବହୃତ ହେଉଥିବା ଚିକେନର କ୍ୱାଲିଟି ଭଲ ନଥାଏ । ଖରାପ କ୍ୱାଲିଟି ଚିକେନ୍ ରୋଗାକ୍ରାନ୍ତ କରିପାରେ । ମୋମୋଜରେ ଦିଆଯାଉଥିବା ଚଟଣି ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକାର । ଏହି ରୋଗ ଚଟଟି ଲୋକେ ବହୁତ ପସନ୍ଦ କରନ୍ତି । ଏହି ଚଟଣିରେ ଅତ୍ୟଧିକ ଲଙ୍କା ପଡ଼ିଥାଏ । ମାତ୍ରାଧିକ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଖରାପ । ଅତ୍ୟଧିକ ରାଗ ସେବନ ଦ୍ୱାରା ଆପଣ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି ।

Get real time updates directly on you device, subscribe now.