fbpx

ଆଜି ଝଡ଼ବର୍ଷା: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି, ତଳକୁ ଖସିବ ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ କମିବାକୁ ଯାଉଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୩ ଦିନ ଲୋକଙ୍କୁ ପ୍ରବଳ ତାତିରୁ ଆଶ୍ୱସ୍ତି ମିଳିପାରିବ । ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ । ଏହାବ୍ୟତୀତ ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ଅନୁଗୁଳ, ଡେଙ୍କାନାଳ, ଯାଜପୁର ଏବଂ କଟକ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ସହ ଝଡ଼ ତୋଫାନ ହେବାର ଆକଳନ କରାଯାଇଛି । ସେହିପରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ୪୦ରୁ ୫୦ କି.ମି ବେଗରେ ପବନ ବହିପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.