fbpx

ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୫ ଗୁରୁତର

ପଦ୍ମପୁର: ବରଗଡ଼ର ପଦ୍ମପୁର ଉପଖଣ୍ଡ ବୁଡେନ୍ ଥାନା ଅନ୍ତର୍ଗତ ସୁଲିଆ ଗ୍ରାମ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ମୋଟ୍ ୫୫ ଜଣ ଯାତ୍ରୀ ଥିବାବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ସମସ୍ତ ଗୁରୁତର ଆହତମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ପ୍ରକାଶ ।

ସୂଚନାରୁ ପ୍ରକାଶ ଏହି ତୀର୍ଥଯାତ୍ରୀ ବସଟି ଛତିଶଗଡ଼ ବରୋଦା ଗ୍ରାମର ପାଖାପାଖି ୫୫ ଜଣ ଯାତ୍ରୀଙ୍କୁ ନେଇ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲା । ପରେ ଶ୍ରୀ ନୃସିଂହନାଥଙ୍କ ଦର୍ଶନ କରି ଫେରିବାର କାର୍ଯ୍ୟକ୍ରମ ଥିଲା । ତେବେ ଭୋର ପ୍ରାୟ ୪ଟା ସମୟରେ ବୁଡେନ୍ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।

Get real time updates directly on you device, subscribe now.