fbpx
BJD SKY
BJD SKY

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆହତ: ରାଲି ସମୟରେ ହୋଇଥିଲା ପଥରମାଡ଼

BJD

ନୂଆଦିଲ୍ଲୀ: ଆଗକୁ ଦେଶରେ ଲୋକସଭା ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ସେନେଇ ରାଜନୈତିକ ଦଳର ନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି । ବିଜୟୱାଡ଼ାରେ ଏକ ରୋଡ଼ ଶୋ’ କରୁଥିବା ସମୟରେ ଜଗନଙ୍କ ଉପରକୁ ପଥରମାଡ଼ ହୋଇଥିଲା । କିଛି ପଥର ଜଗନଙ୍କ ଆଖି ଉପରେ ବାଜିଥିଲା ଓ ରକ୍ତ ବାହାରୁଥିବା ଦେଖାଯାଇଥିଲା । ତେଣୁ ବସ୍ ଭିତରେ ଜଗନଙ୍କର ଚିକିତ୍ସା କରାଯାଇଥିଲା ।

ସୂଚନା ମୁତାବକ, ଶନିବାର ଦିନ ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ବୃତ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ବସ ଉପରକୁ ପଥର ଫିଙ୍ଗିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଜଗନଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା । ବସଟି ଭିଡ଼ ଅତିକ୍ରମ କରୁଥିବା ସମୟରେ ପଥର ମାଡ଼ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ପଥର ମାଡ଼ରେ ବ୍ୟତିବ୍ୟସ୍ତ ନହୋଇ ଜଗନ ପାଖାପାଖି ୪ ଘଣ୍ଟା ଧରି ପ୍ରଚାର କରିଥିଲେ । ଏହି ଘଟଣାକୁ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡ଼ୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି । ବିଆରଏସ ନେତା କେ.ଟି ରାମାରାଓ ଓ ଅନ୍ୟ କିଛି ନେତା ମଧ୍ୟ ସମାନ ଦାବି କରିଛନ୍ତି ।

Get real time updates directly on you device, subscribe now.