fbpx

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି : ବାଇକରେ ଆସିଥିଲେ ୨ ସୁଟର୍, ପୋଲିସ ବଢ଼ାଇଲା ସୁରକ୍ଷା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ତିନି ରାଉଣ୍ଡ ଗୁଳି ଚାଲିଛି । ସକାଳ ୪.୫୦ ରେ ଦୁଇଜଣ ଅଜଣା ବ୍ୟକ୍ତି ଫାଙ୍କାରେ ଗୁଳି ଚଳାଇଥିଲେ । ଉଭୟ ସୁଟର ଏକ ବାଇକରେ ଆସି ଗୁଳି ଚଳାଇବା ପରେ ପଳାଇ ଯାଇଥିଲେ । ଅବଶ୍ୟ ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ । ସଲମାନ ଖାନଙ୍କ ବାସଭବନରେ ପୋଲିସ ସୁରକ୍ଷା ବୃଦ୍ଧି କରିଛି ।

ତେବେ ଗ୍ୟାଙ୍ଗଷ୍ଟର ଲରେନ୍ସ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛଇ । ନିକଟରେ ଲରେନ୍ସ ମଧ୍ୟ କାନାଡାର ଅଭିନେତା-ଗାୟକ ଜିପି ଗ୍ରୁୱାଲଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ପରେ କୁହାଯାଇଥିଲା ଯେ, ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା, ତେଣୁ ଏହି ଆକ୍ରମଣ କରାଯାଇଥିଲା ।

ପୂର୍ବରୁ ଧମକ ପାଇଥିଲେ :-
୨୦୨୩ ମସିହାରେ ମଧ୍ୟ ଲରେନ୍ସ ଗ୍ୟାଙ୍ଗରୁ ସଲମାନଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା । ଲରେନ୍ସ ଧମକ ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷାକୁ ବଢ଼ାଇ ଦେଇଥିଲା । ବର୍ତ୍ତମାନ ସଲମାନଙ୍କୁ ୱାଇ ସୁରକ୍ଷା ଦିଆଯାଇଛି ।

Get real time updates directly on you device, subscribe now.