ସାବଧାନ! ଜୁନ୍‌ରେ ଶନି ହୋଇଯିବେ ବକ୍ରୀ, ଏହି ରାଶିଙ୍କ ବଢିଯିବ ସମସ୍ୟା

ଓଡ଼ିଶା ଭାସ୍କର: ୨୯ ଜୁନ୍ରେ ଶନି କୁମ୍ଭ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ଶନି ଦେବଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଲାଗି ସମସ୍ୟା ଆଣିପାରେ । କୌଣସି ବି ଗ୍ରହର ବକ୍ରୀ ସ୍ଥିତି ବଡ ଅଶୁଭ ହୋଇଥାଏ । ଶନିଙ୍କ ଏହି ବକ୍ରୀ ଚାଲ ପାଇଁ କିଛି ରାଶିଙ୍କୁ ୨୦୨୫ ପର୍ଯ୍ୟନ୍ତ ସାବଧାନ ରହିବାକୁ ପଡିବ । ତେବେ ଶନିଙ୍କ ଏହି ବକ୍ରୀ ଚାଲ ଦ୍ୱାରା ଏହି ରାଶିଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିବ ଯାହାଙ୍କ ଉପରେ ଶନି ସାଢେ ସାତି ଓ ଢୈୟା ଚାଲୁଛି । ତେବେ ଆସନ୍ତୁ ଜାଣିବା ଶନିଙ୍କ ଏହି ବକ୍ରୀ ଚଳନରେ କେଉଁ କେଉଁ ରାଶିଙ୍କୁ ସାବଧାନ ରହିବାକୁ ପଡିବ ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତି ତର୍କ ହୋଇପାରେ । ଅର୍ଥାଭାବ ଜନିତ ସମସ୍ୟା ଉପୁଜିପାରେ । ଆଗାମୀ ୧୧ ମାସ ପର୍ଯ୍ୟନ୍ତ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାରୁ ବଞ୍ଚିତ ରହନ୍ତୁ ।
କର୍କଟ: ଶନିଙ୍କ ବକ୍ରୀ ସ୍ଥିତିରୁ କର୍କଟ ରାଶି ବାଲାଙ୍କୁ ସାବଧାନ ରହିବାକୁ ହେବ । ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟହାନୀ ଦେଖାଯାଇପାରେ । ବ୍ୟବସାୟୀଙ୍କୁ ଏହି ସମୟରେ ସବୁଠାରୁ ଅଧିକ ସାବଧାନ ରହିବାକୁ ପଡିବ ।
ବିଛା: ଏହି ରାଶିବାଲାଙ୍କ ଜୀବନରେ ଦୁଃଶ୍ଚିନ୍ତା ବଢିବ । ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡିବ । ପଇସା କାରବାରରେ ସାବଧାନ ରୁହନ୍ତୁ । ପରିଶ୍ରମ କରିବେ କିନ୍ତୁ ସେହି ଅନୁଯାୟୀ ଫଳ ମିଳିବ ନାହିଁ । ମକର: ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିବ । ମାନସିକ ଦୁଃଶ୍ଚିନ୍ତାର ସାମ୍ନା କରିବାକୁ ପଡିପାରେ । ଏହି ସମୟରେ ଚାକିରୀ ବଦଳାନ୍ତୁ ନାହିଁ । ସ୍ୱାସ୍ଥ୍ୟର ସବୁଠାରୁ ଅଧିକ ଯତ୍ନ ନିଅନ୍ତୁ ।
କୁମ୍ଭ: ୨୦୨୫ ପର୍ଯ୍ୟନ୍ତ କୁମ୍ଭ ରାଶି ଉପରେ ଶନିଙ୍କ ପ୍ରଭାବ ରହିବ । ଖର୍ଚ୍ଚ ବଢିବ । ଆତ୍ମବିଶ୍ୱାସ ହ୍ରାସ ପାଇବ । ଧନହାନୀ ଘଟିବ । କାମ ବୋଝ ବି ବଢିଯିବ ।