ଭୁବନେଶ୍ୱର: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଚର୍ଚ୍ଚାର ବିଷୟ ରହିଛି । ଏହାଭିତରେ ମାଲକାନଗିରିରେ ମତଦାନ ସମୟକୁ ନେଇ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ମତଦାନ ସମୟରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି । ତେବେ ଚଳିତ ନିର୍ବାଚନରେ ମୋଟ ୧୧୪ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ତେବେ ଏସବୁକୁ ଧ୍ୟାନରେ ରଖିବା ସହ ସଖୀ ବୁଥ୍, ୟୁଥ୍ ବୁଥ୍ଏବଂ ଦିବ୍ୟାଙ୍ଗ ବୁଥ୍ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।