fbpx

ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି। ଡବ୍ଲିନରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୨ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ବାବର ଆଜମ ୫୭ ରନ୍ କରିଥିଲେ। ଇଫ୍ତିଖାର ଅହମ୍ମଦ ୧୫ ବଲ୍ ରୁ ଅପରାଜିତ ୩୭ ରନ୍ କରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ କ୍ରେଗ ୟଙ୍ଗ୪ ଓଭରରେ ୨୭ ରନ୍ କରି ୨ଟି ୱିକେଟ୍ ନେଇଥିଲେ।

ଏହି ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ଭଲ ଆରମ୍ଭ କରିନଥିଲା ଏବଂ ୪.୧ ଓଭରରେ ଆୟର୍ଲାଣ୍ଡ ୨୭ ରନ୍ ରେ ୨ ୱିକେଟ୍ ହରାଇଥିଲା। କିନ୍ତୁ ଆଣ୍ଡି ବାଲବିର୍ନି ୫୫ ବଲ୍ ରେ ୭୭ ରନ୍ କରି ଆୟର୍ଲାଣ୍ଡକୁ ବିଜୟ ନିକଟତର କରାଇଥିଲେ। ବାଲବିର୍ନିଙ୍କ ୱିକେଟ୍ ପଡ଼ିବା ବେଳକୁ ଆୟର୍ଲାଣ୍ଡର ସ୍କୋର ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଶେଷ ଓଭରରେ ଆୟର୍ଲାଣ୍ଡକୁ ବିଜୟ ପାଇଁ ୧୧ ରନ୍ ଦରକାର ଥିଲା। ଆୟର୍ଲାଣ୍ଡ ଗୋଟିଏ ବଲ୍ ବାକି ଥାଇ ୧୮୩ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସିରିଜର ଦ୍ୱିତୀୟ ମ୍ୟାଚ୍ ମେ ୧୨ତାରିଖରେ ଖେଳାଯିବ।

Get real time updates directly on you device, subscribe now.