fbpx

IPL-2024 ରାଜସ୍ଥାନ ବିପକ୍ଷରେ ନୂଆ ଦଳ ବାଛିଲେ ଋତୁରାଜ: ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ପୁଣିଥରେ ଘରୋଇ ମାଟିକୁ ଫେରିଛି ପୂର୍ବତନ ଆଇପିଏଲ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ପ୍ଲେଅଫରେ ଏଣ୍ଟ୍ରି କରିବା ପାଇଁ କସରତ ଜାରି ରଖିଛନ୍ତି ଅଧିନାୟକ ଋତୁରାଜ ଗାଏକ୍ୱାଡ । ଏଥିପାଇଁ ଆଜି ରାଜସ୍ଥାନ ବିପକ୍ଷ ଏହି ମ୍ୟାଚରେ ନୂଆ ଟିମ ସହ ସେ ମଇଦାନକୁ ଓହ୍ଲାଇଛନ୍ତି । ସନ୍-ଡେ ମହାମୁକାବିଲାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୋୟଲ୍ସ । ତେବେ ପଏଣ୍ଟ ଟେବୁଲରେ ପ୍ଲେଅଫ୍ ସ୍ଥାନ ପକ୍କା କରିବା ପାଇଁ ଉଭୟ ଦଳ ମଧ୍ୟରେ ହେବ ଲଢେଇ । ତେବେ ଏଥିପାଇଁ ଋତୁରାଜ ପ୍ଲେଇଙ୍ଗ-୧୧ରେ ବଡ଼ ପରିବର୍ତ୍ତନ କରିଛନ୍ତି ।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍ । ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ୱିକେଟ କିପର ବ୍ୟାଟର ଧ୍ରୁବ ଜୁରେଲଙ୍କ ପାଇଁ କମବ୍ୟାକ ସୁଯୋଗ ଦେଇଛନ୍ତି । ଚଳିତ ସିଜନରେ ଉଭୟ ଦଳ ଆଜି ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଏହି ମ୍ୟାଚରେ ବିଜୟ ହେଲେ ରାଜସ୍ଥାନ ଦ୍ୱିତୀୟ ଦଳ ଭାବରେ ପ୍ଲେଅଫରେ ସ୍ଥାନ ପକ୍କା କରିବ । ସେହିପରି ପ୍ଲେଅଫରେ ଏଣ୍ଟ୍ରି କରିବାକୁ ଚେନ୍ନାଇ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ପୂର୍ବ ମ୍ୟାଚର ପରାଜୟକୁ ଭୁଲି ଋତୁରାଜ ନୂଆ ଦଳ ଚୟନ କରିଛନ୍ତି । ଷ୍ଟାର ସ୍ପିନର ମିଚେଲ ସାଣ୍ଟନରଙ୍କ ସ୍ଥାନରେ ମହୀଷ ଥୀକ୍ଷଣାଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ।

ସେହିପରି ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ । ପୂର୍ବ ୨ଟି ମ୍ୟାଚରେ ରାଜସ୍ଥାନ ପରାଜୟର ସାମନା କରିଥିବା ବେଳେ ଚେନ୍ନାଇ ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟ ବରଣ କରିଛି । ତେଣୁ ଦଳରେ ମହୀଷ ଥୀକ୍ଷଣା ଭୂମିକା ଗୁରୁତ୍ୱପୂର୍ଣ୍ଣ ବହନ କରିବେ ବୋଲି ଆଶା କରାଯାଉଛି ।

ରାଜସ୍ଥାନ ପ୍ଲେଇଙ୍ଗ-୧୧: ଯଶସ୍ୱୀ ଜଏସ୍ୱାଲ, ଜୋସ ବଟଲର, ସଞ୍ଜୁ ସାସମନ୍(ଅଧିନାୟକ), ରିୟାନ ପରାଗ, ଶୁଭମ ଦୁବେ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ଟ୍ରେଣ୍ଟ ବୋଲ୍ଟ, ଆବେଶ ଖାନ୍, ସନ୍ଦୀପ ଶର୍ମା, ୟୁଜବେନ୍ଦ୍ର ଚହଲ ।

ଚେନ୍ନାଇ ପ୍ଲେଇଙ୍ଗ-୧୧: ରଚିନ୍ ରବିନ୍ଦ୍ର, ଋତୁରାଜ ଗାଏକ୍ୱାଡ(ଅଧିନାୟକ), ଡାରିଲ ମିଚେଲ, ମୋଇନ୍ ଅଲୀ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଶାର୍ଦ୍ଦୁଳ ଠାକୁର, ତୁଷାର ଦେଶପାଣ୍ଡେ, ସିମରଜିତ ସିଂହ, ମହୀଷ ଥୀକ୍ଷଣା

 

Get real time updates directly on you device, subscribe now.