ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ କାଶୀ ସହ ତାଙ୍କର ମାଆ ପୁଅର ସମ୍ପର୍କ ଥିବା କହିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିଡିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ୧୦ ବର୍ଷ ପରେ ଅନୁଭବ ହେଉଛି ଯେମିତି ମାତା ଗଙ୍ଗା ମୋତେ କୋଳେଇ ନେଇଛନ୍ତି । କାଶୀ ସହ ମୋ ସମ୍ପର୍କ ଅଦ୍ଭୁତ, ଅବିଚ୍ଛେଦ୍ୟ ଏବଂ ତୁଳନାତ୍ମକ ନୁହେଁ । ଏହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ !’
अपनी काशी से मेरा रिश्ता अद्भुत है, अभिन्न है और अप्रतिम है… बस यही कह सकता हूं कि इसे शब्दों में व्यक्त नहीं किया जा सकता! pic.twitter.com/yciriVnWV9
— Narendra Modi (@narendramodi) May 14, 2024