ନୋଟିଫିକେସନ ଜାରି କଲା NPPA: ୪୧ ପ୍ରକାର ମେଡିସିନ ଶସ୍ତା ହେବ, ଶୁଗର, ହାର୍ଟ, ଲିଭର, ସଂକ୍ରମଣ, ଆଲର୍ଜି ରୋଗୀଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ: କିଛି ବିମାରୀର ଉପଚାର ଉପରେ କାମ କରୁଥିବା ମେଡିସିନର ଦାମକୁ ନେଇ ଆଶ୍ୱସ୍ତି ମିଳିବ । ଏନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ୪୧ ପ୍ରକାର ମେଡିସିନ ଓ ୬ ଫର୍ମୁଲେସନର ଦାମ୍ ସ୍ଥିର କରାଯାଇଛି । ଏଥିସହିତ ଶୁଗର, ଦର୍ଦ, ହାର୍ଟ, ଲିଭର, ଏଣ୍ଟାସିଡ, ଇନଫେକସନ, ଆଲର୍ଜି, ମଲ୍ଟିଭିଟାମିନ, ଆଣ୍ଟିବାୟୋଟିକ୍ସର ଦାମ୍ ସ୍ଥିର କରାଯାଇଛି । ଫଲରେ ୪୧ ପ୍ରକାର ମେଡିସିନର ଦାମ୍ ଶସ୍ତା ହେବ । ଏହି ସମସ୍ତ ଔଷଧଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।
ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ଅଫ୍ ଇଣ୍ଡିଆ (ଏପିପିଏ)ର ୧୪୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଏକ ଗେଜେଟ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି । ଏନପିପିଏ ଏକ ସରକାରୀ ରେଗୁଲେଟରୀ ସଂସ୍ଥା ହୋଇଥିବା ବେଳେ ତାହା ଭାରତ ସରକାରଙ୍କ ଫାର୍ମାସ୍ୟୁଟିକାଲ ମେଡିସିନର ଦାମକୁ ନିୟନ୍ତ୍ରଣ କରିଥାଏ । ଦେଶରେ ଡାଇବେଟିସର ୧୦ କୋଟିରୁ ଅଧିକ ରୋଗୀ ରହିଥିବା ବେଳେ ବିଶ୍ୱରେ ଭାରତରେ ସବୁାରୁ ଅଧିକ ଶୁଗର ରୋଗୀ ରହିଛନ୍ତି ।
ସାଧାରଣ ଭାବେ ସଂକ୍ରମଣ, ଆଲର୍ଜି ବ୍ୟତୀତ ମଲ୍ଟିଭିଟାମିନ ଓ ଆଣ୍ଟିବାୟୋଟିକ୍ସ ପରି ବିମାରୀର ମେଡିସିନ୍ ଦାମ୍ ସର୍ବଦା ଅଧିକ ରହିଥାଏ । ଫଳରେ ଜନସାଧାରଣଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ତେବେ କେନ୍ଦ୍ର ସକରାରଙ୍କର ଏହି ବଡ଼ ପଦକ୍ଷେପ ଫଳରେ ଏହି ୪୧ ପ୍ରକାର ମେଡିସିନ ଶସ୍ତା ହେବ । ଫଳରେ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିପାରିବ ।