(Video) ଅଶାନ୍ତ ଖଲ୍ଲିକୋଟ; ‘ଦରକାର ନାହିଁ ରାଜନୀତି, ବିନା କାରଣରେ ରାତିରେ ମୋ ପୁଅକୁ ମାରିଦେଲେ…’

ଗଞ୍ଜାମ: (ଓଡ଼ିଶା ଭାସ୍କର) ଏ କି ରାଜନୀତି, ମୋ ପୁଅକୁ ହାଣିଦେଲେ । ଆଜି କାନ୍ଦୁଛି ବାପା କାନ୍ଦୁଛି ଭଉଣୀ କାନ୍ଦୁଛି ମା … ପୁରା ଖଳ୍ଲୀକୋଟ ଜେମିତି ଅଶାନ୍ତ ହୋଇ ରହିଛି । ୨୦୨୪ ନର୍ବାଚନ ଆଗରୁ ଖଲ୍ଲୀକୋଟରେ ଏମିତି ମୁଣ୍ଡ ଗଡ଼ିବ କେବେ କେହି ଭାବି ନ ଥିଲେ । ଖଲ୍ଲିକୋଟ ପୋଲିସ ଷ୍ଟେସନ ଅଗାରେ ଜମା ହୋଇଥିଲେ ଶହ ଶହ ଲୋକ । ପୋଲିସକୁ ମାରିଥିଲେ, ଟେକା ପଥର ପୁଣି ପୋଲିସ ପକ୍ଷରୁ ମଧ୍ୟ ହୋଇଥିଲା ଲାଠି ଚାର୍ଜ । ୮ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି । ହେଲେ ଯେଉଁ ମାଆ, ଭଉଣୀ, ବାପା ଆଗରେ ପୁଅର ଜୀବନ ଚାଲିଗଲା ସେ ଆଉ କେବେ ଫେରିବନି ।

ନିର୍ବାଚନ ଏମିତି ଆସିବ ଯିବ । ରାଜନେତା ଦଳବି ପରିର୍ବତନ କରିବେ । ହେଲେ ତଳେ କର୍ମୀ କର୍ମୀଙ୍କ ଭିତରେ ହଣା କଟା । ଆଉ କିଛି ଦିନ ପରେ ନିର୍ବାଚନ ସରିଯିବ । ହେଲେ ଏହି ନର୍ବାଚନାରେ କେମିତି ପୁଅକୁ ନିଷ୍ଠୁରତାର ସହିତ ମାରିଦେଲେ ଏହି ପରିବାର କେବେ ଭୁଲି ପାରିବନି । ଏକି ରାଜନିତି ଘର ସଂସାର ଉଜାଡ଼ିଦେଲା ବୋଲି କାନ୍ଦି କାନ୍ଦି କହୁଛନ୍ତି ଯୁବକଙ୍କ ବାପା ।