fbpx

ଗୋପିଚାନ୍ଦ ଥୋଟାକୁରା ହେଲେ ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ, Blue Origin ଫ୍ଲାଇଟରେ ଭରିଲେ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ମୂଳ ଉଦ୍ୟୋଗୀ ତଥା ପାଇଲଟ୍ ଗୋପିଚାନ୍ଦ ଥୋଟାକୁରା(Gopichand Thotakura) ବ୍ଲୁ ଅରିଜିନ୍ ନ୍ୟୁ ଶେପାର୍ଡ-୨୫ ମିଶନ ପାଇଁ ମନୋନିତ ହୋଇଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ । ସେପ୍ଟେମ୍ବର ୨୨ରେ ଏକ ରକେଟ ଦୁର୍ଘଟଣା ପରେ ଏହାର ସ୍ପେସ୍ ଟୁରିଜିମ୍ ବନ୍ଦ କରାଯାଇଥିଲା । ଏହାର ୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବ୍ଲୁ ଅରିଜିନ୍ ନ୍ୟୁ ଶେପାର୍ଡ ରବିବାର ଉଡ଼ାଣ ଭରିଥିଲା । ଏହି ମିଶନ୍ ନୂତନ ଶେପାର୍ଡ କାର୍ଯ୍ୟକ୍ରମ ପାଇଁ ସପ୍ତମ ମାନବ ଉଡ଼ାଣ ଏବଂ ଇତିହାସରେ ଏହା ୨୫ତମ ଉଡ଼ାଣ ଅଟେ ।

ପଶ୍ଚିମ ଟେକ୍ସାସର ଲଞ୍ଚ୍ ସାଇଟ୍ ୱାନ୍ ବେସରୁ ଉଡ଼ାଣ ଭରାଯାଇଥିବା ନେଇ କମ୍ପାନୀ ସୋସିଆଲ ମିଡିଆରେ ଘୋଷଣା କରିଥିଲା । ବ୍ଲୁ ଅରିଜିନ୍ ନ୍ୟୁ ଶେପାର୍ଡ-୨୫(NS-25)ମିଶନରେ ସାମିଲ ଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ଗୋପିଚାନ୍ଦଙ୍କ ବ୍ୟତୀତ ପୂର୍ବତନ ଏୟାରଫୋର୍ସ କ୍ୟାପଟେନ୍ Ed Dwight (ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ବ୍ଲାକ୍ ଅନ୍ତରୀକ୍ଷ ଯାତ୍ରୀ) ମଧ୍ୟ ସାମିଲ ଅଛନ୍ତି । ଏହି ଅନ୍ତରୀକ୍ଷ ଯାନ ସମୁଦ୍ର ପତନ ଠାରୁ ୬୨ ମାଇଲ(୧୦୦ କିମି)ଉପରୁ କର୍ମନ ରେଖା(ଅନ୍ତରୀକ୍ଷର ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ସୀମା ) ଅତିକ୍ରମ କରିଥିଲା । ଯାତ୍ରୀମାନେ ପୃଥିବୀର ବକ୍ରତାକୁ ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହେବାର ସୁଯୋଗ ପାଇଥିଲେ । ଏହା ସହ କିଛି ସମୟ ପାଇଁ ଭାରହୀନ ଅନୁଭବ କରିଥିଲେ ଏବଂ ନିଜ ସିଟ୍ ଖୋଲି ବିଭିନ୍ନ କାର୍ଯ୍ୟକଳାପ କରିଥିଲେ । ବ୍ଲୁ ଅରିଜିନ୍ ନ୍ୟୁ ଶେପାର୍ଡ-୨୫ ମିଶନରେ ସାମିଲ ଥିବା ଅନ୍ୟ କ୍ରୁ ସଦସ୍ୟମାନେ ହେଉଛନ୍ତି ମେସୋନ୍ ଏଞ୍ଜଲ, ସିଲଭେନ୍ ଚିରନ୍‌, କେନେଥ ଏଲ୍ ହେସ୍ ଏବଂ କାରୋଲ ଶାଲର ।

Get real time updates directly on you device, subscribe now.