fbpx

ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମରୁ ଆସିଲା ଦୁଃଖଦ ଖବର, ଏ ପର୍ଯ୍ୟନ୍ତ ୧୪ ଶ୍ରଦ୍ଧାଳୁଙ୍କ ହେଲାଣି ମୃତ୍ୟୁ

ଡେରାଡୁନ୍‌: ଗତ ମେ’ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରେ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଲଗାତର ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି । ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମରେ ଏ ପର୍ଯ୍ୟନ୍ତ ୧୪ ଶ୍ରଦ୍ଧାଳୁଙ୍କ ଦେହାନ୍ତ ହୋଇସାରିଲାଣି । ଯମୁନୋତ୍ରୀ ଯାତ୍ରାରେ ଗୁଜରାଟ ଓ ମହାରାଷ୍ଟ୍ରର ଆଉ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଛି । ହୃଦଘାତ ଯୋଗୁ ଏହି ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଏହା ବ୍ୟତିତ ଚାରିଧାମ ଯାତ୍ରା ଲାଗି ଅଫ୍‌ଲାଇନ୍ ରେଜିଷ୍ଟ୍ରେସନକୁ ନେଇ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଲୋକମାନଙ୍କ ମଧ୍ୟରେ ଭୀଷଣ ଉତ୍ତେଜନା ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ୫-୫ ଦିନ ଧରି ଲୋକମାନେ ନିଜ ପାଳି କେବେ ଆସିବ ସେଥିପାଇଁ ଅପେକ୍ଷା କରି ରହୁଛନ୍ତି । ଏହି କାରଣରୁ ଲୋକମାନେ ଏବେ ପ୍ରଶାସନ ବିରୁଦ୍ଧରେ ନାରାବାଜି ଦେବା ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.