ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ନାକୁ ଆସିଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ସ୍କୁଲ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଝାରସୁଗୁଡ଼ା-ବେଲପାହାଡ଼ ରାସ୍ତାର ତାରିଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଜି ସକାଳେ ସ୍କୁଲ ବସରେ ଝାରସୁଗୁଡ଼ାରୁ ବନ୍ଧବାହାଲ ଅଭିମୂଖେ ଯାତ୍ରା କରୁଥିଲେ । ତେବେ ଏନଏଚ-୪୯ର ତାରିଣୀ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ ଯାନ ଆଗପଟ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ବସଟିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୨୫ ଜଣ ଯାତ୍ରା କରୁଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ ଓ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।