fbpx

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ଜୁନ୍ ମାସରେ ହେବାକୁ ଥିବା ସମସ୍ତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଜୁନ ମାସରେ କେଉଁ ସବୁ ପଦର ପରୀକ୍ଷା କେଉଁ ତାରିଖରେ ଅନୁଷ୍ଠିତ ହେବା ତା’ର ଏକ ଲିଷ୍ଟ ଜାରି କରାଯାଇଛି । ଏହି ସମସ୍ତ ପଦଗୁଡ଼ିକରେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜେଇ (ସିଭିଲ) ଓ ଜେଇ (ମେକାନିକାଲ)କୁ ଛାଡ଼ି ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା, ୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଜୁନ ୯ରେ ଅନୁଷ୍ଠିତ ହେବ । ଜୁନିୟର ଟାଇପିଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର କ୍ଲର୍କ-କମ-ଟାଇପିଷ୍ଟ ଟାଇପିଂ ଟେଷ୍ଟ / କମ୍ପ୍ୟୁଟର ପଦର ସ୍କିଲ ଟେଷ୍ଟ ଜୁନ ୧୨ରେ ହେବ । ଭିଟାଲ ଷ୍ଟାଟିଷ୍ଟିକ୍ସ ପଦର କମ୍ପ୍ୟୁଟର ସ୍କିଲ ଟେଷ୍ଟ ଜୁନ ୧୨ରେ ହେବ । ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ୨୦୨୩ର ପ୍ରିଲିମ୍ନ ଜୁନ ୨୩ରେ ହେବ । ସେହିପରି ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଟାଇପିଷ୍ଟ ଓ ଭିଟାଲ ଷ୍ଟାଟିଷ୍ଟିକ୍ସ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଜୁନ ମାସର ଦ୍ୱିତୀୟ ଭାଗରେ ହେବ ।

OSSC

Get real time updates directly on you device, subscribe now.