fbpx

୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କଲା RBI: ଲଞ୍ଚ ହେଲା ‘PRAVAAH’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଫିନଟେକ ରିପୋଜିଟୋରୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ‘ପ୍ରଭା’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଗୋଟିଏ ଫିନଟେକ ରିପୋଜିଟୋରୀ ଲଞ୍ଚ କରାଯାଇଛି । ଏହି ଅବସରରେ ଆରବିଆଇର କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟର୍ସ, ଆରବିଆଇ ଇନୋଭେସନ ହବର ବୋର୍ଡ ସଦସ୍ୟ, କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର୍ସ, କିଛି ବଛା ବଛା ବ୍ୟାଙ୍କ ଓ ଏନବିଏଫସିର ଏମଡି ଓ ସିଇଓ, ଆଇବିଏର ମୁଖ୍ୟ କାର୍ଯ୍ୟନିର୍ବାହୀ, ସିସିଆଇଏଲର ଏମଡି / ସିଇଓ, ରିଜର୍ଭ ବ୍ୟାଙ୍କ ଆଇଟି ଲିଃ, ଇଣ୍ଡିଆନ ଫାଇନାନ୍ସିଆଲ ଟେକ୍ନୋଲୋଜି ଆଣ୍ଡ ଆଲାଏଡ୍ ସର୍ଭିସସେ, ଫିଟେକସର ପ୍ରତିନିଧି ମଣ୍ଡଳୀ ଓ କେନ୍ଦ୍ରୀୟ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ୩ଟି ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଗତ ବର୍ଷ ଏପ୍ରିଲ, ଡିସେମ୍ବର ଓ ଚଳିତ ବର୍ଷ ଏପ୍ରିଲ ମାସର ଡେଭଲପମେଣ୍ଟ ଓ ରେଗୁଲେଟରୀ ପଲିସୀର ଦ୍ୱି-ମାସିକ ଷ୍ଟେଟମେଣ୍ଟ ଅବସରରେ ଆଂଶିକ ଭାବେ ଘୋଷଣା କରିଥିଲା । କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥାଙ୍କ ପାଇଁ ବିଭିନ୍ନ ନିୟାମକ ଅନୁମୋଦନ ପାଇଁ ଅନଲାଇନରେ ଆବେଦନ କରିବା କ୍ଷେତ୍ରରେ ପ୍ରଭା ପୋର୍ଟାଲ ସହାୟକ ହେବ । ଏଥିସହିତ ଆରବିଆଇର ନିୟାମକ ଅନୁମୋଦନ ଓ କ୍ଲିୟରାନ୍ସ ସହ ଜଡ଼ିତ ମାମଲାରେ ଏହି ପୋର୍ଟାଲ ମଧ୍ୟ ସହାୟତ ପ୍ରଦାନ କରିବ । ଖୁଚୁରା ସିଧାସଳଖ ମୋବାଇଲ ଆପ ଖୁଚୁରା ନିବେଶକଙ୍କୁ ଫୁଚୁରା ପ୍ରତ୍ୟକ୍ଷ ପ୍ଲାଟଫର୍ମରେ ଏକ ନିରାପଦ ଓ ସୁବିଧା ପ୍ରଦାନ କରିବ । ଏଥିସହିତ ସରକାରୀ ସିକ୍ୟୁରିଟିଜ୍ (ଜି-ସେକ୍ସ) ନେଣଦେଣକୁ ଏହି ଆପ୍ ସହଜ କରିବ । ଫିନଟେକ ରିପୋଜିଟୋରୀରେ ଭାରତୀୟ ଫିନଟେକ ସଂସ୍ଥାଗୁଡ଼ିକର ଡାଟା ରହିବ । ନିୟାମକ ଦୃଷ୍ଟିକୋଣରୁ ଓ ଉପଯୁକ୍ତ ନୀତି ପ୍ରଣାଳୀ ଡିଜାଇନ କରିବା କ୍ଷେତ୍ରରେ ତାହା ଉତ୍ତମ ବୁଝାମଣା ପ୍ରଦାନ କରିବ ।

Get real time updates directly on you device, subscribe now.