fbpx

ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ: ଆଉ ୨ ଦିନ ହେବ ହେଭିୱେଟ ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଜମୁଛି ହେଭିୱେଟ ପ୍ରଚାର । ପ୍ରତ୍ୟେକ ଦଳର ହେଭିୱେଟ ନେତାଙ୍କ ଭିତରେ ହେବ ପ୍ରଚାର ଫାଇଟ୍ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ବିଜେପିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରଚାର ମଇଦାନକୁ ଆସୁଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ଟି ଜିଲ୍ଲାରେ ଜନସଭା କରି ପ୍ରଧାନମନ୍ତ୍ରୀ ବିଜେପିର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ତେଣୁ ଆଜି ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦ୍ରପଡ଼ାରେ ପଦ୍ମ ଧ୍ୱନୀ କମ୍ପନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦୀଙ୍କ ଏହି ଓଡ଼ିଶା ଗସ୍ତ ବିଜେପି ପାଇଁ ଖୁବ ସଫଳତା ଆଣିପାରେ ବୋଲି ଆଶା ରଖିଛନ୍ତି ଦଳର ନେତା ଓ କର୍ମୀ ।

ଆଜି ଓଡ଼ିଶା ପୁଣିଥରେ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମିଶନ୍ ‘୨୪ ଓଡ଼ିଶା’କୁ ଫାକସ୍ କରି ବିଜେପି ଗଡ଼କୁ ଶକ୍ତି ଦେବା ପାଇଁ ମୋଦୀ ଜୋର ଲଗାଇଛନ୍ତି । ଆଜି ଭୁବନେଶ୍ୱରରେ ପହଞ୍ଚି ପ୍ରଥାମ ବାରିପଦା ଗସ୍ତ କରିବେ ଏବଂ ଅପରାହ୍ନ ୧୨ଟାରେ ଛଉ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦୀଜୀ । ସେଠାୋର ବାଲେଶ୍ୱର ରେମୁଣା ଗସ୍ତରେ ଯାଇ ବିଜେପି ପାଇଁ ପ୍ରଚାର କରିବେ । ଏହାପରେ ମୋଦୀଙ୍କ ଟାର୍ଗେଟରେ ରହିବ କେନ୍ଦ୍ରାପଡ଼ା । ଅପରାହ୍ନ ୪ଯାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆରେ ଚଳିତ ପର୍ଯ୍ୟାୟର ଶେଷ ଅଭିଭାଷଣ ରଖି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କାର୍ଯ୍ୟସୂଚୀରୁ ଜଣାଯାଇଛି । ତେବେ ମୋଦୀ-ନବୀନଙ୍କ ବନ୍ଧୁତା ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଚାର ବେଳେ ବିଜେଡି ଓ ଦଳର ସୁପ୍ରିମୋଙ୍କ ଉପରେ ଖୁବ ବର୍ଷିଛନ୍ତି ମୋଦୀ ।

ସେପଟେ ରାଜ୍ୟର ଶାସକ ଦଳ ବିଜେଡି ମଧ୍ୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଉଛି । ବିଜେଡି ସୁପ୍ରିମୋ ମଧ୍ୟ ଆଜି ପୁରୀର ନିମାପଡ଼ାରେ ରୋଡ୍ ଶୋ’ ଜରିଆରେ ଭୋଟ ମାଗଣ କରିବେ । ଜନତାଙ୍କ ହୃଦୟ ଜିତିବା ପାଇଁ ରାଜରାସ୍ତାରେ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ତେବେ ଏଥର ଦଳରେ ପୂର୍ବତନ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଅନୁପସ୍ଥିତିରେ ବିଜଡି ଏହି ରାଲି କରିବାକୁ ଯାଉଛି ।

ତେବେ ଶେଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆଜି ଓଡ଼ିଶା ନିର୍ବାଚନୀ ଫାଇଟରେ ସାମିଲ ହେଉଛନ୍ତି । ଦୁଇଟି ବଡ଼ ସିଟ ବାଲେଶ୍ୱର ଏବଂ ଭଦ୍ରକ ମାଟିର କଂଗ୍ରେସ ହାତ ଚିହ୍ନରେ ମୋହର ମାରିବାକୁ ଉତ୍ସାହିତ କରିବେ ଖଡଗେ । ଏହାପରେ ଆସନ୍ତାକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର ସୂଚୀ ରହିଛି ।

Get real time updates directly on you device, subscribe now.