fbpx

ରାଜ୍ୟର ଏହିସବୁ ଭାଗରେ ବର୍ଷିବ ନିଆଁ, ସତର୍କ କରାଇଲେ SRC

ଭୁବନେଶ୍ୱର:ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିଦେଇଛି । ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କଲେ ଏସଆରସି । ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ସମସ୍ତ ଡାକ୍ତରଖାନାକୁ ମଧ୍ୟ ସତର୍କ ରହିବାକୁ ଦିଆଗଲା ନିର୍ଦ୍ଦେଶ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଜାଗ ରହିବାକୁ ଦିଆଗଲା ପରାମର୍ଶ ।

ଏହା ସହିତ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡା, ସମ୍ବଲପୁର ଓ ସୋନପୁରକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ । ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.