fbpx

(Video)ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏଏନଆଇକୁ ସାକ୍ଷାତକାର ଦେଇ ଏପରି ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ଏଏନଆଇକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଜ୍ୟର ଜନତାଙ୍କ ମନ ମଧ୍ୟରେ ସୃଷ୍ଟି ହୋଇଥିବା ବହୁ ଦ୍ୱନ୍ଦ୍ୱର ସମାଧାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏବେ ମୁଖ୍ୟ ବିରୋଧୀ ବିଜେପି ବେଶ୍ ଚର୍ଚ୍ଚା କରୁଥିବା ବେଳେ ଓ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ କରିଥିବା ବେଳେ ଏହା ଏକ ବଡ ପ୍ରସଙ୍ଗ ପାଲଟିଯାଇଥିଲା । ଏହା ସହିତ ନିର୍ବାଚନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସମାଲୋଚନା କରାଯାଉଥିଲା । ତେବେ ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ନବୀନ ସମସ୍ତ ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ପ୍ରଥମେ ନବୀନ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟ ଲାଗି ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରି ମୋର ସ୍ୱାସ୍ଥ୍ୟ ଅବସ୍ଥା ବୁଝିପାରିଥାନ୍ତେ । କିନ୍ତୁ ସେ ଏପରି ନ କରି ଜନସଭାରେ ମୋ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆଲୋଚନା କଲେ । ଏହା ସହିତ ସେ କହିଛନ୍ତି ଯେ, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ନବୀନ କହିଛନ୍ତି ମୁଁ ମୋ ଲୋକଙ୍‌କ ସେବା ଜାରି ରଖିବି । ସେ କହିଛନ୍ତି ବିଜେପି ହତାଶ ହୋଇ ଏପରି ମିଛ କହୁଛି ।

ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନ୍ ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାର ଉତ୍ତରରେ ସେ କହିଛନ୍ତି ମୋର ଉତ୍ତରାଧିକାରୀ କିଏ ହେବ ତାହା ମୋର ପ୍ରିୟ ଓଡିଶାବାସୀ ନିର୍ଣ୍ଣୟ କରିବେ । ଏହା ସହିତ ସେ କହିଛନ୍ତି ମୁଁ ରାଜନୀତିରେ କାହା ପ୍ରତି ଶତ୍ରୁତା ରଖେ ନାହିଁ । ଚଳିତ ନିର୍ବାଚନରେ ବିଜେଡିର ଫଳାଫଳ କ’ଣ ହେବ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଆମେ ବିଧାନସଭା ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ ଏହା ସହିତ ଲୋକସଭା ନିର୍ବାଚନରେ ବି ଭଲ କରିବୁ । ଆମେ ପୁଣି ଏଥର ରାଜ୍ୟରେ ସରକାର ଗଢିବୁ ଏଥିରେ କୌଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.