fbpx

କାହିଁକି ଏ ଧ୍ୟାନ? ୪୫ ଘଣ୍ଟାର ଧ୍ୟାନ, ୨୦୦୦ ପୋଲିସକର୍ମୀ… ବିବେକାନନ୍ଦ ରକ୍ ମେମୋରିଆଲରୁ କ’ଣ ଆସିବ ସନ୍ଦେଶ?

ନୂଆଦିଲ୍ଲୀ: ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ପାଇଁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ତାମିଲନାଡୁରେ ସତ୍ତାରୁଢ ଦ୍ରବିଡ ମୁନେତ୍ର କଷଗମ(ଦ୍ରମୁକ) ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ପ୍ରବାସ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ନିର୍ବାଚନ ଆଚାର ସଂହିତା ଲାଗୁ ହେବା ଏବଂ ପର୍ଯ୍ୟଟନ ସିଜନ ଇତ୍ୟାଦି ବିଷୟରେ ସେ ପ୍ରକାଶ କରିଛନ୍ତି । ପର୍ଯ୍ୟଟନ ସିଜନ ଯୋଗୁଁ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ଦେଶର ଦକ୍ଷିଣ ଅଞ୍ଚଳରେ ଏହି ଜିଲ୍ଲାରେ ୨୦୦୦ ପୋଲିସକର୍ମୀ ନିୟୋଜିତ ରହିବେ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ କଡ଼ା ପ୍ରହରା ଦେବେ । ୫ ବର୍ଷ ପୂର୍ବରୁ ୨୦୧୯ ନିର୍ବାଚନ ପ୍ରଚାର ଅଭିଯାନ ପରେ ମଧ୍ୟ ମୋଦୀ କେଦାରନାଥ ଗୁମ୍ଫାରେ ଧ୍ୟାନରେ ବସିଥିଲେ । ବିଜେପିର ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମେ’ ୩୦ ତାରିଖରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ସ୍ୱାମୀ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିବେ । ଧ୍ୟାନ ମଣ୍ଡପରେ ମେ’ ୩୦ ତାରିଖ ସନ୍ଧ୍ୟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ଆଧ୍ୟାତ୍ମିକ ବିଭୂତି ବିବେକାନନ୍ଦଙ୍କ ‘ଭାରତ ମାତା’ଙ୍କ ବିଷୟରେ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଥିଲା ।

ତେବେ ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ତିରୁନେଲବେଲୀ ରେଞ୍ଜ ଡିଆଇଜି ପ୍ରବେଶ କୁମାରଙ୍କ ସହ ପୋଲିସ ଅଧୀକ୍ଷକ ଇ. ସୁନ୍ଦରାଓଥନମ ରକ୍ ମେମୋରିଆଲ, ବୋଟ ଜେଟି, ହେଲିପ୍ୟାଡ ଏବଂ କନ୍ୟାକୁମାରୀରେ ରାଜ୍ୟର ଅତିଥି ଗୃହର ନିରୀକ୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଦଳ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ସାରିଛନ୍ତି । ହେଲିପ୍ୟାଡରେ ହେଲିକପ୍ଟର ଓହ୍ଲାଇବାର ଏକ ପରୀକ୍ଷଣ ମଧ୍ୟ କରାଯାଇଛି । ଦଳର ଜଣେ ନେତା କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀ ଯାଇ ଜାତୀୟ ଏକତାର ସଙ୍କେତ ଦେଉଛନ୍ତି।” ଏହା ତାମିଲନାଡୁ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗଭୀର ପ୍ରତିବଦ୍ଧତା ଏବଂ ସ୍ନେହକୁ ମଧ୍ୟ ଦର୍ଶାଉଛି ବୋଲି କହିଛନ୍ତି ଏହି ବିଜେପି ନେତା ।

Get real time updates directly on you device, subscribe now.