fbpx

ଗ୍ରୀଷ୍ମ ଲହରକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ, ହାଇକୋର୍ଟ ରଖିିଲେ ଏପରିି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଜୟପୁର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଏବେ ପୁରା ଦେଶ ବ୍ୟତିବ୍ୟସ୍ତ ହୋଇପଡିଛି । ଏପରିକି ବହୁ ଲୋକଙ୍କ ଜୀବନ ବି ଚାଲିଗଲାଣି । ରାଜସ୍ଥାନ, ବିହାର, ଦିଲ୍ଲୀ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ହିଟ୍‌ୱେଭ୍ ଯୋଗୁ ଲୋକମାନେ ମୃତ୍ୟୁମୁଖରେ ପଡୁଥିବା ଖବର ଆସିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ରାଜସ୍ଥାନ ହାଇକୋର୍ଟରେ ଏହା ଉପରେ କରାଯାଇଥିବା ଶୁଣାଣୀରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖାଯାଇଛି । ଏଥିରେ କୁହାଯାଇଛି ଲୁ ଓ ଶୀତ ଲହରୀକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରିବାର ଆବଶ୍ୟକତା ରହିଛି । କାରଣ ପ୍ରତିବର୍ଷ ଲୁରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି ।

ବିଚାରପତି ଅନୁପ କୁମାରଙ୍କ ପୀଠ ପକ୍ଷରୁ କୁହାଯାଇଛି କି ଏବେ ସମୟ ଆସିଯାଇଛି କି ଲୁ ଓ ଶୀତ ଲହରୀକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ । ଏହାସହିତ ବିଚାରପତି ରାଜ୍ୟ ସରକାରଙ୍କୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି ଓ ରାଜ୍ୟର ମୁଖ୍ୟ ସଚିବଙ୍କୁ ଜଳବାୟୁ ପରିବର୍ତ୍ତନ ପରିଯୋଜନା ଜରିଆରେ ପ୍ରସ୍ତୁତ କରାଯାଇଥିବା ‘ହିଟ୍ ଆକ୍ସନ ପ୍ଲାନ୍‌’ର କାର୍ଯ୍ୟକାରୀତା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗକୁ ସମିତି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି ସାରା ଦେଶରେ ଭୀଷଣ ତାପମାତ୍ରା ଓ ଶୀତ ଲହର କାରଣରୁ ବହୁ ସଂଖ୍ୟାରେ ମୃତ୍ୟୁକୁ ଦେଖି ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ ଏହା ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି । ଗ୍ରୀଷ୍ମ ଲହର ଓ ଶୀତ ଲହରକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.